ବିଜେପି ନେତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲା ବିଜେଡି

ବିଜେପି ନେତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲା ବିଜେଡି

ଭଦ୍ରକ: ବିଜେପି ନେତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛି ବିଜେଡି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗୀର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକକୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ମୃତକ ହେଉଛନ୍ତି ଜାହାଙ୍ଗୀର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ।

ପ୍ରତାପ ରାତିରେ ଘରକୁ ଯାଉଥିବା ବେଳେ କେତେକ ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣା ବିଷୟରେ ଜାଣି ତାଙ୍କ ଭାଇ ଓ ଗ୍ରାମର କେତେକ ଲୋକ ବାହାରକୁ ବାହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣା ପରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପ୍ରତାପଙ୍କୁ କେତେକ ବିଜେପି ନେତା ହତ୍ୟା କରିଥିବା ଅଭିଯୋଗ ଆଣିଛି।

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବ୍ଲକ ଅଧକ୍ଷ ଅଶୋକ ନାୟକ ପ୍ରମୁଖ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତେବେ ହତ୍ୟାକାଣ୍ଡ ସମୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉପସ୍ଥିତ ଥିବା ବିଜେଡି କହିଛି। ତେବେ ମନମୋହନଙ୍କ ଗିରଫ ଦାବି କରିଛି ବିଜେଡି। ତେବେ ମନମୋହନଙ୍କ ସମ୍ପୃକ୍ତି ନେଇ ଭିଡିଓ ଓ ପ୍ରମାଣ ପୁଲିସକୁ ଦିଆଯିବ ବୋଲି କହିଛନ୍ତି ବ୍ୟୋମକେଶ ରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe