ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଶିବିର ଚଳଚଞ୍ଚଳ: ସଞ୍ଜୀବ, ପ୍ରୀତିରଞ୍ଜନ, ସୁଲତା ଦେଲେ ଗୁରୁମନ୍ତ୍ର

ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଶିବିର ଚଳଚଞ୍ଚଳ: ସଞ୍ଜୀବ, ପ୍ରୀତିରଞ୍ଜନ, ସୁଲତା ଦେଲେ ଗୁରୁମନ୍ତ୍ର

ଭଦ୍ରକ : ପ୍ରାର୍ଥୀ କିଏ ହେବ, ତାହା ବଡ଼ କଥା‌ ନୁହେଁ। ଧାମନଗର ମାଟିରେ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ବଜାୟ ରଖିବାକୁ ହେଲେ ସମସ୍ତ ଦଳୀୟ କର୍ମୀଙ୍କୁ ଏକ ମନ, ଏକ ପ୍ରାଣ ହୋଇ କାମ କରିବାକୁ ପଡ଼ିବ। କର୍ମୀଙ୍କ କାନରେ ଏଭଳି ଗୁରୁମନ୍ତ୍ର ଫୁଙ୍କିଛନ୍ତି ବିଜେଡିର ବରିଷ୍ଠ ନେତୃମଣ୍ଡଳୀ।

ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ଶିବିର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ଆଜିଠାରୁ ଦଳର ନେତାମାନେ ତୃଣମୂଳସ୍ତରର କର୍ମୀଙ୍କୁ ନେଇ ବୈଠକ ଓ ସମାବେଶ ଆରମ୍ଭ କରିଛନ୍ତି। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଶୁକ୍ରବାର ଦିନ ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ଓ ଅସୁରାଳି ଅଞ୍ଚଳରେ କର୍ମୀ ସମ୍ମିଳନୀ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି। ସେହିପରି କଲ୍ୟାଣୀ ପଞ୍ଚାୟତଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଜେଡି ନେତା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧାମନଗରର ସମସ୍ତ ନେତା ଓ କର୍ମୀ ଏକତ୍ରିତ ‌ହେବାକୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe