ବିଜେଡି ଶିବିରରେ ହଲଚଲ୍‌: ମଶାଲ ଶୋଭାଯାତ୍ରା ପରେ ନେତାଙ୍କ ମେଳି

Advertisment

ନେତାଜୀ ଜୟନ୍ତୀ ଅବସରରେ ଛାତ୍ର ଯୁବ ବିଜେଡି ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜନ ଓ ପରେ ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ରାଜାବଗିଚାସ୍ଥିତ ଘରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ମେଳି ଘଟଣା ବିଜେଡି ରାଜନୀତ‌ିରେ ଚର୍ଚ୍ଚାର ବିଷୟ ହୋଇଛି।

ନେତାଜୀ ଜୟନ୍ତୀ ଅବସରରେ ଛାତ୍ର ଯୁବ ବିଜେଡି ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜନ ଓ ପରେ ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ରାଜାବଗିଚାସ୍ଥିତ ଘରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ମେଳି ଘଟଣା ବିଜେଡି ରାଜନୀତ‌ିରେ ଚର୍ଚ୍ଚାର ବିଷୟ ହୋଇଛି।

dddg

କଟକ: ନେତାଜୀ ଜୟନ୍ତୀ ଅବସରରେ ଛାତ୍ର ଯୁବ ବିଜେଡି ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜନ ଓ ପରେ ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ରାଜାବଗିଚାସ୍ଥିତ ଘରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ମେଳି ଘଟଣା ବିଜେଡି ରାଜନୀତ‌ିରେ ଚର୍ଚ୍ଚାର ବିଷୟ ହୋଇଛି। ଏହି କାର୍ଯ୍ୟକ୍ରମରେ ସହର ବାହାରର ବହୁ ନେତା ସାମିଲ ହୋଇଥିବା ବେ‌ଳେ ମେୟର ସୁବାସ ସିଂହ, ଚୌଦ୍ବାର-କଟକ ବିଧାୟକ ‌ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ‌ପ୍ରଭାତ ରଂଜନ ବିଶ୍ବାଳଙ୍କ ଭଳି ଅନେକ ଆଗଧାଡ଼ିର ନେତାଙ୍କୁ ଦେଖିବାକୁ ନ ମିଳିବା ଚର୍ଚ୍ଚାର କାରଣ ହୋଇଛି। ମଶାଲ ଶୋଭାଯାତ୍ରା ପରେ ରାଜାବଗିଚାରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ପୁରୀ ବିଧାୟକ ତଥା ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉରାୟ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପୂବର୍ତନ ବିଧାୟକ ଅଂଶୁମାନ ମହାନ୍ତି, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରା ଆଦିତ୍ୟ ପ୍ରତାପ ସ୍ବାଇଁ, ଜୀବନ ବିନ୍ଦୁର ପୂର୍ବତନ ସଂଯୋଜକ ରଂଜନ ବିଶ୍ବାଳ, ଛାତ୍ରନେତା ଆସିଫ ଅମିନ୍‌ ପ୍ରମୁଖ ଉପସ୍ଥିତ ଥ‌ିଲେ। ବୈଠକରେ ଉପସ୍ଥିତ ଥିବା ସମସ୍ତ ଯୁବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ବାପାମାନେ ମଧ୍ୟ ବିଜେଡିର ଆଗଧାଡ଼ିର ନେତା।

ଏହି ଯୁବ ନେତାମାନଙ୍କ ମଧ୍ୟରୁ ପୂର୍ବରୁ ଅନେକ ବିଭିନ୍ନ ଫୋରମ୍‌ରେ ଏକାଠି ହେବାର ନଜିର ରହିଛି। ଏମିତିକି କିଛି ମାସ ପୂର୍ବରୁ ବାଲିକୁଦାରେ ଏହି ଯୁବନେତାମାନେ ଏକାଠି ହୋଇଥିବା ବେଳେ ସେମାନଙ୍କ ବୈଠକ ପାଇଁ ନବୀନ ନିବାସରୁ ଡକରା ଆସିଥିଲା। ମାତ୍ର ବାରମ୍ବାର ଏହି ଯୁବ ନେତାଙ୍କର ଏପ୍ରକାର ବୈଠକ ଆଗକୁ ହୁଏତ ବିଜେଡି ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ଆଲୋଚନା ଜୋର୍‌ ଧରିଛି। ସଂଧ୍ୟାରେ ଯୁବଛାତ୍ର ବିଜେଡି ତରଫରୁ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ମଶାଲ ଶୋଭାଯାତ୍ରା ବକ୍ସିବଜାରସ୍ଥିତ ଫାୟାର୍‌ ‌ଷ୍ଟେସନ୍‌ ଛକରୁ ବାହାରି ଓଡ଼ିଆବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇଥିଲା। ଶୋଭାଯାତ୍ରା‌ରେ ଏହି ଯୁବ ଓ ପୂର୍ବତନ ବିଧାୟକମାନେ ସାମିଲ ହୋଇଥିଲେ।  କ୍ଷମତାରୁ ଯିବା ପରେ ବି ବିଜେଡି ପକ୍ଷରୁ ନେତାଜୀ ଜୟନ୍ତୀ ସଂଧ୍ୟାରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରାରେ ସହରର ସବୁ ନେତା ବି ଏକଜୁଟ ହୋଇ ନ ପାରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅନ୍ୟପଟେ ବିଜେଡି ପକ୍ଷରୁ ଆୟୋଜିତ ମଶାଲ ଶୋଭାଯାତ୍ରାରେ ଯୋଗ ଦେଇଥିବା ନେତା ଓ କର୍ମୀଙ୍କ ବେକରେ ବିଜେଡିର ସବୁଜ ରଙ୍ଗର ଉତ୍ତରୀୟ ଦେଖିବାକୁ ମିଳି ନଥିଲା। ପ୍ରଥମଥର ପାଇଁ ବିଜେଡି ନେତା ଓ କର୍ମୀଙ୍କ ବେକରେ ତିନି ରଙ୍ଗର ଉତ୍ତରୀୟ ଦେଖିବାକୁ ମିଳିଥିଲା। ବିଜେଡି ମଧ୍ୟରେ ଥିବା ଅସନ୍ତୋଷ, ଗୋଷ୍ଠୀ କନ୍ଦଳ ଏବଂ ପରସ୍ପର ପ୍ରତି ଆକ୍ଷେପ ଘଟଣାକୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିବା ବେଳେ ଆଜିର କାର୍ଯ୍ୟକ୍ରମ ଉକ୍ତ ପ୍ରସଙ୍ଗକୁ ପୁଣି ହାୱା ଦେଇଛି। ଆଗକୁ ହୁଏତ ରାଜ୍ୟ ରାଜନୀତିରେ ଏହାର‌ କୌଣସି ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି। ମଶାଲ ଶୋଭାଯାତ୍ରାରେ ଜ୍ଞାନେନ୍ଦ୍ର ଗିରି ‌ଗୋସ୍ବାମୀ, ପ୍ରଫୁଲ୍ଲ ସିଂହ, ପୂର୍ଣ୍ଣିମା ସିଂହ, ସୌମ୍ୟଦୀପ ଘୋଷ, ସୟଦ୍‌ ଜାଲି, ଜଗତଜ୍ୟୋତି ପଟ୍ଟନାୟକ, ସଂଜୟ ପଟ୍ଟନାୟକ, ଦେବାଶିଷ ସ୍ବାଇଁ, ସୁମନ ବେହେରା, ଆଶାଶ୍ରୀ ସାହୁ, ଅବିନାଶ ମହାନ୍ତି, ସନ୍ତୋଷ ମହାପାତ୍ର, ଜନ୍‌ସନ ମହାପାତ୍ର, ସନ୍ଦୀପ ପୃଷ୍ଟି ପ୍ରମୁଖ ‌ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe