ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ

ଭୁବନେଶ୍ବର : ବିଜୁ ଜନତା ଦଳର  ଦୁଇ ରାଜ୍ୟସଭା  ପ୍ରାର୍ଥୀ  ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଧାନସଭା ସଚିବଙ୍କ ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି  ବିଜେଡିର ଦୁଇ ପ୍ରାର୍ଥୀ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଓ ବିଧାୟକ ଉପସ୍ଥିତ ଥିଲେ।

publive-image

ସୂଚନା ଅନୁଯାୟୀ,  ମଧ୍ୟାହ୍ଣ ପ୍ରାୟ ୧.୩୦ ମିନିଟ ସମୟରେ  ଦୁଇ  ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଉଭୟ ପ୍ରାର୍ଥୀ ୩ ସେଟ୍ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି।  ପ୍ରାର୍ଥୀମାନେ ପୂର୍ବାହ୍ନରେ ବିଧାନସଭା ବିଧି ପ୍ରକୋଷ୍ଠରେ ପହଞ୍ଚି ଆବଶ୍ୟକ କାଗଜ ପତ୍ର ପ୍ରସ୍ତୁତ କରି ରାଜ୍ୟସଭା ପ୍ରାର୍ଥିତ୍ବ ବାବଦରେ ୧୦ ହଜାର ଟଙ୍କା ଦାଖଲ କରିଥିଲେ। କାଗଜପତ୍ର କାମ ସରିବା ପରେ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ପହଞ୍ଚିବା ପରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

publive-image

ପରେ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe