ବିଜେଡିର ପ୍ରାର୍ଥୀ ଘୋଷଣା: ବାଲେଶ୍ୱର ସଦରରୁ ସ୍ବରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ଲଢିବେ ବିଜୟ ଶଙ୍କର ଦାସ 

Advertisment
ବିଜେଡିର ପ୍ରାର୍ଥୀ ଘୋଷଣା: ବାଲେଶ୍ୱର ସଦରରୁ ସ୍ବରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ଲଢିବେ ବିଜୟ ଶଙ୍କର ଦାସ 

ଭୁବନେଶ୍ବର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ସଦରରୁ ସ୍ବରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଛନ୍ତି। ଉଭୟ ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି ଦଳ । ତିର୍ତ୍ତୋଲ ଆସନରୁ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କୁ ଟିକେଟ ଦେଇ ଦଳ ଅନୁକମ୍ପା ଭୋଟ ହାତେଇବାକୁ ଚେଷ୍ଟା କରିଥିବା ବେଳେ ବାଲେଶ୍ୱର ସଦରରୁ ସ୍ୱରୂପ କୁମାର ଦାସ ବାଲେଶ୍ୱର ବିଜେଡି ପାଇଁ ନୁଆ ଚେହେରା ଭାବେ ଉଭା ହୋଇଛନ୍ତି ।

ପୂର୍ବରୁ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ସ୍ବର୍ଗତ ମଦନ ‌ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ବାଲେଶ୍ୱର ସଦର ଓ କଂଗ୍ରେସ ଛାଡ଼ି ନିକଟରେ ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରାଯାଇଛି।

publive-image

ବିଜେପି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପରେ  ଆଜି ବିଜେଡି ବି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।  କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ‌ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe