ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ : ବିଜେପି ଓ କଂଗ୍ରେସକୁ ସମାଲୋଚନା କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ

Advertisment

ଦଳୀୟ ପାଣ୍ଠିକୁ ମାସକର ଦରମା ପ୍ରଦାନ କଲେ ସାଂସଦ, ବିଧାୟକ

ଦଳୀୟ ପାଣ୍ଠିକୁ ମାସକର ଦରମା ପ୍ରଦାନ କଲେ ସାଂସଦ, ବିଧାୟକ

ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ : ବିଜେପି ଓ କଂଗ୍ରେସକୁ ସମାଲୋଚନା କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ତାର ୨୧ତମ ପ୍ରତିଷ୍ଠା ଦିନ ପାଳନ କରୁଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟ ପରିସରରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ଆଗାମୀ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକର ଅପପ୍ରଚାରକୁ ରୋକିବା ପାଇଁ କର୍ମୀମାନଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି। କେବଳ ସେତିକି ନୁହେଁ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ରାଜ୍ୟରେ ଜାତୀୟ ରାଜପଥର ସ୍ଥିତି ଏମିତି ଯେ ଲୋକେ ଏହି ରାସ୍ତାରେ ଗଲାବେଳେ କେବଳ ଭଗବାନଙ୍କ ଭରସାରେ ଯାଉଛନ୍ତି। ଉପକୂଳ ରାଜପଥ ଅବସ୍ଥା କ’ଣ ହେବ ତାହା ଜଣା ନାହିଁ। ଖୋର୍ଦ୍ଧ।-ବଲାଙ୍ଗୀର ରେଳପଥ ପାଇଁ ସରକାର ମାଗଣାରେ ଜମି ଯୋଗାଇ ଦେଇଥିଲେ ମଧ୍ୟ ଏହା ଆଗକୁ ବଢ଼ୁ ନାହିଁ। ବିଏସଏନଏଲ ସେବାରୁ ଆଜି ବି ଓଡ଼ିଶାର ବହୁ ଗାଁ ବଞ୍ଚିତ ଥିବା ବେଳେ ଲୋକଙ୍କୁ ଫୋନ କରିବା ଲାଗି ଗଛ ଚଢ଼ିବାକୁ ପଡ଼ିଛି। ବିମୁଦ୍ରାକରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମାଲୋଚନା କରିଛନ୍ତି।

publive-image
ସେହିପରି ଉଜ୍ୱଳା ଯୋଜନାକୁ ସମାଲୋଚନା କରିବା ସହିତ ବିଜେପିର ‘ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ’କୁ ମଧ୍ୟ ବେଶ୍‌ କଡ଼ା ଭାଷାରେ ସମାେଲୋଚନା କରିଥିଲେ ଶ୍ରୀ ପଟ୍ଟନାୟକ । ସେ କହିଥଲେ, ମହାନ ନେତା ବିଜୁବାବୁଙ୍କ  ଅନୁଯାୟୀ, ଓଡ଼ିଶା ଟଙ୍କାରେ ଓଡ଼ିଶାର ବିକାଶ କରାଯାଇ ପାରିବ। ଉଭୟ କଂଗ୍ରେସ ଓ ବିଜେପି ଭଳି ଜାତୀୟ ଦଳର ଓଡ଼ିଶା ପ୍ରତି କୌଣସି ଦରଦ ନାହିଁ ।  ସେମାନେ କେବଳ ବଡ଼ବଡ଼ କଥା କହୁଛନ୍ତି ବୋଲିି ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି ପୂର୍ବରୁ ଶ୍ରୀ ପଟ୍ଟନାୟକ ବିଜେଡ଼ିକୁ ଦଳୀୟ ବିଧାୟକ, ସାଂସଦମାନେ ଗୋଟିଏ ମାସର ଦରମା ପ୍ରଦାନ ପାଇଁ ଆହ୍ଵାନ ଦେଇଥିଲେ। ତେଣୁ ବିଜେଡ଼ିର ଏହି ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ବିଧାୟକ, ସାଂସଦମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନଙ୍କ ଗୋଟିଏ ମାସର ଦରମା ଚେକ୍‌ ଆକାରରେ ଦଳୀୟ ପାଣ୍ଠିକୁ ଦାନ କରିଥିଲେ।

publive-image
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଢେ ଚାରିବର୍ଷରେ ୧୮ଲକ୍ଷ ପକ୍କା ଘର ନର୍ମାଣ, ବସ୍ତି ବାସିନ୍ଦାଙ୍କୁ ଜମି ସ୍ୱତ୍ତ୍ୱାଧିକାର, କୃଷକଙ୍କ ରୋଜଗାର ବୃଦ୍ଧି, ୧୦ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ,୨୨ ହଜାର ୫୦୦ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ, ୬୦୦ ସେତୁ ନିର୍ମାଣ, ୪ଟି ନୂଆ ମେଡିକାଲ କଲେଜ, ମମତା ଯୋଜନାରେ ୩୦ଲକ୍ଷ ମହିଳାଙ୍କୁ ସାମିଲ, ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଓଡ଼ିଆ ଭାଷାର ବିକାଶ ପାଇଁ ସରକାରୀ ଉଦ୍ୟମ ଆଦି ବିଭିନ୍ନ ସଫଳତାର କାହାଣୀ ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ ବିଜେଡ଼ି କର୍ମୀମାନଙ୍କୁ ସଚେତନ ହେବାକୁ  କହିଥିଲେ। ସେହିପରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ମଧ୍ୟ ଜନସଚେତନତା ସୃଷ୍ଟି ଲାଗି ମଧ୍ୟ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe