BJD-CEO verbal war: ଇଭିଏମ୍‌କୁ ନେଇ ବିଜେଡି-ସିଇଓ ବାକ୍ ଯୁଦ୍ଧ; ନୂଆପଡ଼ାକୁ ବାହାରୁ ଇଭିଏମ୍‌ ଆସିଥିବା ଖବର ସତ ନୁହେଁ: ସିଇଓ

Advertisment

ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ୍‌ ପଡ଼ିବ। ଏହା ପୂର୍ବରୁ ଗଞ୍ଜାମରୁ ଏକ ଟ୍ରକ୍ ଭର୍ତ୍ତି ଇଭିଏମ୍‌ ନୂଆପଡ଼ାରେ ପହଞ୍ଚିଛି। ନୂଆପଡ଼ା ଜିଲ୍ଲାପାଳ ଏହାକୁ ଲୁଚାଇ ରଖିଛନ୍ତି। ଭୋଟଗ୍ରହଣ ସରିବା ପରେ ଏହା କଢ଼ାଯିବ ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଥିଲା।

ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ୍‌ ପଡ଼ିବ। ଏହା ପୂର୍ବରୁ ଗଞ୍ଜାମରୁ ଏକ ଟ୍ରକ୍ ଭର୍ତ୍ତି ଇଭିଏମ୍‌ ନୂଆପଡ଼ାରେ ପହଞ୍ଚିଛି। ନୂଆପଡ଼ା ଜିଲ୍ଲାପାଳ ଏହାକୁ ଲୁଚାଇ ରଖିଛନ୍ତି। ଭୋଟଗ୍ରହଣ ସରିବା ପରେ ଏହା କଢ଼ାଯିବ ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଥିଲା।

bjd

ଭୁବନେଶ୍ବର: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ୍‌ ପଡ଼ିବ। ଏହା ପୂର୍ବରୁ ଗଞ୍ଜାମରୁ ଏକ ଟ୍ରକ୍ ଭର୍ତ୍ତି ଇଭିଏମ୍‌ ନୂଆପଡ଼ାରେ ପହଞ୍ଚିଛି। ନୂଆପଡ଼ା ଜିଲ୍ଲାପାଳ ଏହାକୁ ଲୁଚାଇ ରଖିଛନ୍ତି। ଭୋଟଗ୍ରହଣ ସରିବା ପରେ ଏହା କଢ଼ାଯିବ ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଥିଲା। ଏ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସିଇଓ ଶ୍ରୀ ଆର.ଏସ୍ ଗୋପାଳନ କହିଛନ୍ତି, ରାଜ୍ୟର ସବୁ ଜିଲ୍ଲାରେ ଇଭିଏମ୍ ଓ ଭିଭିପାଟ୍‌ ଗୁଡ଼ିକ ଦୁଇଟି ତାଲା ଓ ଚାବି ବ୍ୟବସ୍ଥାରେ ସଂପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ରହିଥାଏ। ଏହି ଗୋଦାମଗୁଡ଼ିକୁ ପୁଲିସ ଦ୍ବାରା ୨୪ଘଣ୍ଟା ସୁରକ୍ଷା, ସିସିଟିଭି, ଲଗ୍ ବୁକ୍ ଏଣ୍ଟ୍ରି ଇତ୍ୟାଦି ହୋଇଥାଏ। ଜିଲ୍ଲାପାଳମାନେ ମାସିକ ଓ ତ୍ରୈମାସିକ ଏହାର ସମୀକ୍ଷା କରିଥା’ନ୍ତି। ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲ୍ଲାର ଇଭିଏମ୍‌ ଷ୍ଟୋର ଯାଞ୍ଚ କରାଯାଇଥିଲା। ଜିଲ୍ଲାରେ ଦୁଇଟି ଇଭିଏମ୍‌ ଷ୍ଟୋର ଥିବା ବେଳେ ତାହାକୁ ଏ ପର୍ଯ୍ୟନ୍ତ ଖୋଲା ଯାଇନାହିଁ। ସିସିଟିଭି ଫୁଟେଜ୍‌ରେ କୌଣସି ଟ୍ରକ୍ ଇଭିଏମ୍‌ ଷ୍ଟୋରକୁ ପ୍ରବେଶ କିମ୍ବା ବାହାରିଥିବା ରେକର୍ଡ ମଧ୍ୟ ନାହିଁ। 

ମିଛ ଖବରକୁ ରାଜ୍ୟବାସୀ ବିଶ୍ବାସ କରନ୍ତୁ ନାହିଁ 
ସିଇଓଙ୍କ ଯୁକ୍ତିକୁ ବିଜେଡିର ଅଗ୍ରାହ୍ୟ

ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୩୫୮ଟି ମତଦାନ କେନ୍ଦ୍ର ରହିଛି। ୭୨୦ ସେଟ୍‌ ଇଭିଏମ୍‌ ଓ ଭିଭିପାଟ୍‌କୁ ପ୍ରଥମ ସ୍ତର ଯାଞ୍ଚ ପାଇଁ ନୂଆପଡ଼ା ଜିଲ୍ଲାରେ ଉପଲବ୍ଧ ଥିବା ଷ୍ଟକ୍‌ରୁ ନିଆଯାଇଥିଲା। ଅନ୍ୟ କୌଣସି ଜିଲ୍ଲାରୁ ଇଭିଏମ୍ ଅଣାଯାଇନାହିଁ କିମ୍ବା ସେଠାରୁ ଅନ୍ୟ କେଉଁଠିକୁ ପଠାଯାଇନାହିଁ। ତେଣୁ ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ। ଯେଉଁ ରାଜନୈତିକ ଦଳ ପକ୍ଷରୁ ଏଭଳି ଅଭିଯୋଗ ଆସିଥିଲା, ସେମାନଙ୍କୁ ଟ୍ରକ୍‌ର ନମ୍ବର କିମ୍ବା ଅବସ୍ଥାନର ପ୍ରମାଣ ଦେବାକୁ କୁହାଯାଇଥିଲା। କିନ୍ତୁ ସେମାନେ କୌଣସି ପ୍ରମାଣ ଦେଇନାହାନ୍ତି। ରାଜ୍ୟବାସୀ ଏଭଳି ମିଥ୍ୟାକୁ ବିଶ୍ବାସ କରନ୍ତୁ ନାହିଁ। ଇଭିଏମ୍‌ ବିରୋଧରେ ଯେତେ ଅଭିଯୋଗ ଦେଶବ୍ୟାପୀ ଆସିଛି, ଆଜି ପର୍ଯ୍ୟନ୍ତ କୌଣସି କୋର୍ଟରେ ତାହା ପ୍ରମାଣିତ ହୋଇନାହିଁ। ବିଭ୍ରାନ୍ତିକର ଅଭିଯୋଗ ଲୋକଙ୍କ ନିର୍ବାଚନ ପ୍ରତି ଥିବା ଆସ୍ଥା ଓ ବିଶ୍ବାସକୁ ନଷ୍ଟ କରିଥାଏ ‌ବୋଲି ସିଇଓ କହିଛନ୍ତି। 

ବିଜେଡିର ଅଭିଯୋଗକୁ ସିଇଓ ଖଣ୍ଡନ କଲା ପରେ ବିଜେଡି ପକ୍ଷରୁ ତାହାର ସାନି ଜବାବ ରଖାଯାଇଛି। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ୍ ମହାନ୍ତି, ସାଂସଦ ସୁଲତା ଦେଓ, ପୂର୍ବତନ ମହିଳା କମିସନର ମିନତି ବେହେରା ଓ ବିଜେଡି ଛାତ୍ର ସଭାପତି ଇପ୍ସିତା ସାହୁ କହିଲେ, ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ଏହି ଉପନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି। ସିଇଓ କହୁଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ରଖାଯାଇଥିବା ଇଭିଏମ ମେସିନଗୁଡ଼ିକ ସିସି କ୍ୟାମେରା ନଜରରେ ରଖାଯାଇଛି। କିନ୍ତୁ ଆମର ପ୍ରଶ୍ନ ହେଉଛି ଯେ, ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ରାଜରାସ୍ତାରେ ହୋଇଥିଲା ବେଳେ ଏହି ଅଞ୍ଚଳର ସିସିଟିଭି କାମ କରୁ ନଥିଲା। ସରକାରୀ ଖାତାରେ ସିସିଟିଭି ଅଛିର ଅର୍ଥ ଏହା ନୁହେଁ ଯେ ସିସିଟିଭିର ଫୁଟେଜ ରହିଛି। ଆଜି ଆମ ଦଳ ତରଫରୁ ସିଇଓଙ୍କ ପାଖରେ ସମ୍ୱେଦନଶୀଳ ବୁଥ୍ ଗୁଡିକର ତାଲିକା ପ୍ରଦାନ କରାଯାଇଛି। ଟ୍ରକ୍‌ରେ ନିଆଯାଇଥିବା ମେସିନ୍‌ଗୁଡ଼ିକୁ ଏହି ବୁଥ୍‌ଗୁଡ଼ିକରେ ସ୍ଥାପିତ କରିବା ପାଇଁ ଚେଷ୍ଟା କରାଯାଉଛି। ବିଜେପି ଦ୍ୱାରା କରାଯାଉଥିବା ବିଭିନ୍ନ ଆଚରଣ ବିଧି ଉଲ୍ଲଂଘନକୁ ରୋକିବା ସହିତ ମୁକ୍ତ ଓ ଅବାଧ ନିର୍ବାଚନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଯତ୍ନବାନ ହୁଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe