ପ୍ରଦୀପଙ୍କ ‘ଜନବିରୋଧୀ’ କାର୍ଯ୍ୟର ସ୍ପଷ୍ଟୀକରଣ ଦେଲା ବିଜେଡି : କୋଭିଡ୍‌ରେ ଗଞ୍ଜାମ ଛଟପଟ ହେଉଥିବା ବେଳେ ବିଧାୟକ ଅୟସ କରୁଥିଲେ

Advertisment
ପ୍ରଦୀପଙ୍କ ପରେ ବିପିନ, ତାପରେ କିଏ? ଗଞ୍ଜାମ ବିଜେଡି ନେତାଙ୍କୁ ଘାରିଛି ବାସନ୍ଦ ଭୟ!

ଗଞ୍ଜାମବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି
ତାଜ୍‌ରେ ଦିନକୁ ୨.୭୧ ଲକ୍ଷ ଟଙ୍କାର ରୁମ୍‌ ନେଇଥିଲେ

ଭୁବନେଶ୍ୱର : ଯେତେବେଳେ ରୋମ୍ ଜଳିଲା ଭ​ଳି କରୋନାରେ ଗଞ୍ଜାମ ଜିଲ୍ଲା ଅସ୍ତବ୍ୟସ୍ତ ହେଉଥିଲା, ସେତେବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିରୋ ବଂଶୀବାଦନ କରିବା ଭଳି ଅୟସ କରିଥିଲେ। ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାର୍ଥରେ ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି କହିଛନ୍ତି।

ଶ୍ରୀ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଗତକାଲି ଲୋଡ଼ିଥିବା ସ୍ପଷ୍ଟୀକରଣର ଉତ୍ତର ଦେଇ ଆଜି ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଇଛି। ରବିବାର ଦଳରୁ ବହିଷ୍କୃତ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିର ସବୁ ଭିତିରିକଥା ସାମ୍ନାକୁ ଆଣିଥିଲେ। କେବଳ ସେତିକି ନୁହେଁ, ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଆଉ ପାଦେ ଆଗକୁ ଯାଇ ଗଣମାଧ୍ୟମ ସାମ୍ନାରେ କହିଥିଲେ, ମୋ ସ୍ୱାମୀ କ’ଣ ଜନବିରୋଧୀ କାର୍ଯ୍ୟ କରିଛନ୍ତି? ସେ ନେଇ ସ୍ପଷ୍ଟୀକରଣ ଦରକାର।

ବିଜେଡି ପକ୍ଷରୁ କୁହାଯାଇଛି ଯେ କରୋନା ଲକ୍‌ଡାଉନ ସମୟରେ ଜୀବନଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଗଞ୍ଜାମ ଜିଲ୍ଲା ରାଜ୍ୟରୁ ଏକପ୍ରକାର ବିଚ୍ଛିନ୍ନ ହୋଇଥିଲା ଓ ହଟସ୍ପଟ୍ ଭାବେ ଚିହ୍ନିତ ହୋଇଥିଲା। ଉଭୟ ସହର ଓ ଗ୍ରାମାଞ୍ଚଳରେ କୋଭିଡ୍ ସଂକ୍ରମଣ ଶୀର୍ଷ ଛୁଇଁଥିଲା। ସାଧାରଣ ଲୋକଙ୍କ ପାଇଁ ଜୀବନ ମରଣ ସମସ୍ୟା ଉପୁଜିଥିଲା।

୪ମାସ ଧରି କୋଭିଡ୍ ଯୋଦ୍ଧା ଦିନରାତି ପରିଶ୍ରମ କରିଛନ୍ତି। ଏହି ସମୟରେ ଲୋକମାନେ ଆଶା କରିବେ ଯେ ସେମାନଙ୍କ ପ୍ରତିନିଧି ତାଙ୍କ ସହିତ ରହିଥାନ୍ତୁ। ହେଲେ ଲୋକମାନେ ଯେବେ ଖାଦ୍ୟ ଚିନ୍ତାରେ ଥିଲେ, ସେବେ ଶ୍ରୀ ପାଣିଗ୍ରାହୀ ଚାର୍ଟର ବିମାନରେ ଆକାଶରେ ଉଡ଼ୁଥିଲେ ଓ ପଞ୍ଚତାରକା ହୋଟେଲରେ ଅୟସ କରୁଥିଲେ। ଗୋଟିଏ ଦିନ ପାଇଁ ସେମାନେ ୨.୭୧ଲକ୍ଷ ଟଙ୍କା ବିଶିଷ୍ଟ ରୁମ୍‌ ନେଇଥିଲେ। ପାଠକ ପରିବାର ସହିତ ସେ ମୁମ୍ବାଇ ତାଜ୍ ହୋଟେଲରେ ପାଖାପାଖି ୮୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଜେଡି କହିଛି।

ଶ୍ରୀ ପାଣିଗ୍ରାହୀଙ୍କ ଏଭଳି ବ୍ୟବହାର ଜନ ବିରୋଧୀ ନା ନାହିଁ, ବୋଲି ବିଜେଡି ପ୍ରଶ୍ନ କରିଛି? ୫ ଅଗଷ୍ଟ, ୨୬ ଅଗଷ୍ଟ, ମାର୍ଚ୍ଚ ୨୩ରେ ଶ୍ରୀ ପାଣିଗ୍ରାହୀଙ୍କ ବିମାନ ଗସ୍ତ ଓ ହୋଟେଲ୍ ବିଲ୍ ତଥ୍ୟ ମଧ୍ୟ ଏହି କ୍ରମରେ ବିଜେଡି ସାମ୍ନାକୁ ଆଣିଛି। ବିଧାୟକ ଗୋପାଳପୁର ଲୋକଙ୍କ ସହିତ ବିଶ୍ବାସଘାତ କରିଛନ୍ତି ବୋଲି ଦଳ ମନ୍ତବ୍ୟ ସହିତ ଓଡ଼ିଶା ଇତିହାସରେ ଅତୀତରେ କେବେ କୌଣସି ବିଧାୟକ ଏପରି କରିନଥିବେ ବୋଲି ଦଳ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe