ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କଳାହାଣ୍ଡି ଜିଲ୍ଲାର ୨ଜଣଙ୍କୁ ବିଜେଡିର ସମ୍ବର୍ଦ୍ଧନା

Advertisment
ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କଳାହାଣ୍ଡି ଜିଲ୍ଲାର ୨ଜଣଙ୍କୁ ବିଜେଡିର ସମ୍ବର୍ଦ୍ଧନା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ବିିଜେଡି ପକ୍ଷରୁ ସର୍ବଭାରତୀୟ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କଳାହାଣ୍ଡିର ଦୁଇଜଣ ଗୌରବ ଅଙ୍କିତ ମିଶ୍ର ଏବଂ ରାହୁଲ ଗୋୟଲଙ୍କୁ ଭବାନୀପାଟଣା ଭାଗୀରଥି ଇନ ଠାରେ ଆଜି ସମ୍ବର୍ଦ୍ଧନା ଦିଆଯାଇଥିଲା । ଚଳିତ ବର୍ଷ ଭବାନୀପାଟଣା ମହାବୀରପଡାର ଅଧ୍ୟାପକ ଅବନୀ ମିଶ୍ର ଓ ସଂଯୁକ୍ତା ମିଶ୍ରଙ୍କ ପୁଅ ଅଙ୍କିତ ୨୯୪ ର‍୍ୟାଙ୍କ ଓ କେସିଂଗାର ସୁନୀଲ ଗୋୟଲ ଓ ମିନା ଗୋୟଲଙ୍କ ପୁଅ ରାହୁଲ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ୧୬୮ ର‍୍ୟାଙ୍କ ରଖିପାରିଥିଲେ । ଆଜି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟଙ୍କ ପିତା ମାତାଙ୍କୁ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ।

publive-image

ଏହି ଅବସରରେ ଅଙ୍କିତ ମିଶ୍ର ତାଙ୍କର ଅନୁଭବ ସମସ୍ତଙ୍କୁ କହିଥିଲେ ଓ ଛାତ୍ର ମାନଙ୍କୁ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ପୂର୍ବ ଉପ ନଗରପାଳ ଚିତ୍ତରଞ୍ଜନ ମଣ୍ଡଳ,ଟାଉନ ସଭାପତି ଧବଳେଶ୍ବର ମହାପାତ୍ର, ଭବାନୀ ଶଙ୍କର ନିଆଲ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe