BJD-Congress leaders meet President Photograph: (sambad.in)
ଭୁବନେଶ୍ବର: ବାଲେଶ୍ବରର ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି।
ରାଜଭବନରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ରାଷ୍ଟ୍ରପତିଙ୍କୁ ଭେଟି ଏ ପ୍ରସଙ୍ଗରେ ଦାବିପତ୍ର ଦେଇଛନ୍ତି।
ରାଷ୍ଟ୍ରପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଦସ୍ୟମାନେ କହିଛନ୍ତି ମହିଳା ନିର୍ଯ୍ୟାତନା ନେଇ ରାଷ୍ଟ୍ରପତିଙ୍କୁ କହିଲୁ। ରାଷ୍ଟ୍ରପତିଙ୍କ କଥାରୁ ଆମର ଧାରଣା ହେଲା ସବୁ କଥା ରାଜ୍ୟ ସରକାର ରାଜ୍ୟପାଳ କି ରାଷ୍ଟ୍ରପତିଙ୍କୁ ଜଣାଉନାହାନ୍ତି। ଆମେ ବିସ୍ତୃତ ଭାବରେ ଆଲୋଚନା କରି ରାଷ୍ଟ୍ରପତିଙ୍କୁ ଯେତେବେଳେ କହିଲୁ ଅଧ୍ୟକ୍ଷ ରୁମ୍କୁ ଡାକି କି ଝିଅକୁ କହିଲେ ତୁ ହଁ ଦୋଷୀ,ତୁ ମିଛ କଥା କହୁଛୁ। କୌଣସି ସେକ୍ସ୍ ହାରାସମେଣ୍ଟ କରାଯାଇ ନାହଁ। ଏକଥା କହିବା ପରେ ଝିଅଟି ନିଜ ଜୀବନ ନେବାକୁ ଉଦ୍ୟମ କରିଛି।
ଏହା ଶୁଣିବା ପରେ ରାଷ୍ଟ୍ରପତି ଆଶ୍ଚର୍ଯ୍ୟ ପ୍ରକାଶ କଲେ। ତାଙ୍କୁ ସତ କଥା କୁହାଯାଇ ନଥିଲା। ଆମ ଠାରୁ ପୁଙ୍ଖାନୁପୁଙ୍ଖ ପଚାରି ବୁଝିଲେ। ଆମକୁ ଆଶ୍ଵାସନା ଦେଲେ ରାଷ୍ଟ୍ରପତି ଏ ଘଟଣାରେ ହସ୍ତକ୍ଷେପ କରିବେ। ଆମେ ବି ଆଶା ରଖୁଛୁ।
ଅଧିକ ପଢ଼ନ୍ତୁ: ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏମ୍ସ: ରାଷ୍ଟ୍ରପତି
ସେହିପରି ପିସିସି ସଭାପତି ରାଷ୍ଟ୍ରପତିଙ୍କୁ ଭେଟି କହିଛନ୍ତି ସେ ଝିଅ ସମସ୍ତଙ୍କ ଦ୍ଵାରକୁ ଯାଇଛି। ସୋସିଆଲ ମିଡିଆରେ ବି ଜଣାଇଛି। ଏ ଅଭିଯୋଗକୁ କେହି ଗୁରୁତ୍ବର ସହ ନେଇ ନାହାନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ କଥା ରାଷ୍ଟ୍ରପତିଙ୍କୁ କହିଲି। ସାଂସଦ କହିଲେ ଏସପିଙ୍କୁ ଫୋନ୍ କରିଥିଲେ। ସେ କ’ଣ କଲେ ଜାଣି ନାହାନ୍ତି। ନିଜ ଦଳର ଗୋଟିଏ ଛାତ୍ରୀଙ୍କୁ ନ୍ୟାୟ ଦେଇପାରୁ ନାହାନ୍ତି। କାହିଁକି ଆମ ବ୍ୟବସ୍ଥା ଝିଅକୁ ନ୍ୟାୟ ଦେଇ ପାରିଲା ନାହଁ। ତାକୁ ମରିବାକୁ ଛାଡ଼ିଦେଲେ ଅଧ୍ୟକ୍ଷ। ଜଣେ ଭିଡିଓ କରୁଛି। ମହିଳା କମିସନ ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ କହିଛୁ।
ଆବଶ୍ୟକ ପଦକ୍ଷେପ ନେବାକୁ କହିଛୁ। ବିଧାୟକ ଏବଂ ସାଂସଦ ଦାୟିତ୍ୱରେ ଭୁଲ୍ କରିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ ମଧ୍ୟ ଭୁଲ୍ କରିଛନ୍ତି।ଏହି ତିନି ଜଣ ଇସ୍ତଫା ଦିଅନ୍ତୁ। କିମ୍ବା ବିଜେପି ସେମାନଙ୍କୁ ପାର୍ଟିରୁ ବହିଷ୍କାର କରୁ। ନଚେତ୍ ଏ ଘଟଣାରେ ରାଜ୍ୟରେ ବିଦ୍ରୋହ ହେବ ବୋଲି ବିଜେଡି ଏବଂ କଂଗ୍ରେସ ନେତା କହିଛନ୍ତି।
ଅଧିକ ପଢ଼ନ୍ତୁ: ବାଲେଶ୍ବର ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି
President of India | Droupadi Murmu | BJD | congress
Follow Us