ବିଜେଡି ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି: ଆସନ୍ତା ୨୦ରେ କାର୍ଯ୍ୟକାରିଣୀ ଓ ୨୧ରେ ରାଜ୍ୟ ପରିଷଦ ବୈଠକ

Advertisment
ବିଜେଡି ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି: ଆସନ୍ତା ୨୦ରେ କାର୍ଯ୍ୟକାରିଣୀ ଓ ୨୧ରେ ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ବର: ଏଇ ମାସ୨୬ ତାରିଖରେ ବିଜେଡି ୨୩ ବର୍ଷରେ ପଦାର୍ପଣ କରୁଛି। ଦଳ ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଏଥିପାଇଁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ଏବଂ ୨୧ତାରିଖରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ଦଳର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ସଦସ୍ୟ ଯୋଗ ଦେବେ। ପରିଷଦ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ଦଳର ପରବର୍ତ୍ତୀ ରାଜନୈତିକ ରଣନୀତି ସ୍ଥିର କରାଯିବ।

publive-image

୨୬ ତାରିଖରେ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ଓ ବ୍ଲକରେ ସ୍ତରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବ। କୋଭିଡ କଟକଣା ମଧ୍ୟରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସଦସ୍ୟ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe