ଭଦ୍ରକ ବିଜେଡିର ବ୍ଲକ ଓ ପୌରାଞ୍ଚଳସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷଣା

Advertisment
ପଦାରେ ପଡ଼ିଲା ବିଜେଡି ବିବାଦ, ୭ରେ ‘ଅନୁଗୁଳ ବନ୍ଦ’କୁ ସମର୍ଥନ ଦେବେନି ସାଂସଦ

bjd

ଭଦ୍ରକ : ବିଜେଡିର ଭଦ୍ରକ ଜିଲ୍ଲାର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଭଦ୍ରକ ଜିଲ୍ଲାରେ ୫ଟି ସହରାଞ୍ଚଳ ଓ ୬ଟି ବ୍ଲକସ୍ତରୀୟ ଜୋନରେ ବିଭକ୍ତ କରାଯାଇ ସଭାପତି ଚୟନ କରାଯାଇଛି। ବିଜୁ ଜନତା ଦଳର ଭଦ୍ରକ ପୌରାଞ୍ଚଳ ସଭାପତି ଭାବେ ଆଇନଜୀବୀ ତାହେର ମହମ୍ମଦ ଓ ଭଦ୍ରକ ବ୍ଲକ ସଭାପତି ଭାବେ ପ୍ରଫୁଲ୍ଲ ନାୟକଙ୍କ ନାମ ଘୋଷଣା କରାଯାଇଛି। ଧାମନଗର ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି ଓ ପୌରାଞ୍ଚଳ ସଭାପତି ଭାବେ ସୁଶାନ୍ତ କୁମାର ରାଉତଙ୍କ ନାମ ଘୋଷଣା କରାଯାଇଛି। ବାସୁଦେବପୁର ବ୍ଲକ ସଭାପତି ଭାବେ ଦୀନବନ୍ଧୁ ଦାସ ଓ ପୌରାଞ୍ଚଳ ସଭାପତି ଭାବେ ଶ୍ୟାମସୁନ୍ଦର ମହାନ୍ତିଙ୍କ ନାମ ଘୋଷଣା ହୋଇଛି। ଚାନ୍ଦବାଲି ବ୍ଲକ ସଭାପତି ଭାବେ ଦ୍ବିଜବର ରାଉତ ଓ ପୌରାଞ୍ଚଳ ସଭାପତି ଭାବେ ଖଗେଶ୍ୱର ବଳଙ୍କୁ ମନୋନିତ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକର ସଭାପତି ଭାବେ ଲକ୍ଷ୍ମୀଧର ନାୟକ, ବନ୍ତ ବ୍ଲକ ସଭାପତି ଭାବେ କମଳାକାନ୍ତ ସାହୁ, ତିହିଡି ବ୍ଲକର ସଭାପତି ଭାବେ ରଘୁନାଥ ପଣ୍ଡାଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲା ବିଜେଡିର ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ଜତିକାନ୍ତ ନାୟକ ଏଇ ସାଂଗଠନିକ ପଦପଦୀର କର୍ମକର୍ତ୍ତାଙ୍କ ନାମ ତାଲିକା ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟକୁ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe