ଧର୍ମେନ୍ଦ୍ରଙ୍କୁ ବି ଗିରଫ କର: ବିଜେଡି

Advertisment
ଧର୍ମେନ୍ଦ୍ରଙ୍କୁ ବି ଗିରଫ କର: ବିଜେଡି

ଭୁବନେଶ୍ବର : ଗତକାଲି ଫ୍ଲାଇଂସ୍କ୍ବାଡ୍ ମାଜିଷ୍ଟ୍ରେଟ୍ ଓ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଗିରଫ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଗିରଫ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ପ୍ରଦାନ କରିଥିବା ଅଭିଯୋଗରେ ଦଳ ଦର୍ଶାଇଛି, ଫ୍ଲାଇଂ ସ୍କ୍ବାଡ୍ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାେର ୨୪ ଘଣ୍ଟା ନପୂରୁଣୁ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍ରୀ ମହାରଥୀ ଆଇନ ବଳରେ ଗିରଫ ହେଲେ। ଅଥଚ ଗତ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ବିମାନବନ୍ଦରରେ କର୍ତ୍ତବ୍ୟରତ ଫ୍ଲାଇଂ ସ୍କ୍ବାଡଙ୍କୁ ଭୟଭୀତ କରାଇ ତାଙ୍କ ସୁଟକେସ ଚେକିଂ କରିବାକୁ ନଦେଇ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଭୟଭୀତ କରି ଖସିବାରେ ଶ୍ରୀ ପ୍ରଧାନ ସମର୍ଥ ହୋଇଥିଲେ। ଏହିସବୁ ଘଟଣା ବିରୋଧରେ ଦଳ ପକ୍ଷରୁ ପ୍ରମାଣ ସହ ଅଭିଯୋଗ ହୋଇଛି।

ଏବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ କର୍ତ୍ତବ୍ୟରେ ବାଧା ଦେବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାକୁ ବିଜେଡି ଦାବି କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ପ୍ରିତନିଧି ଦଳରେ ମୁଖପାତ୍ର ସସ୍ମିତ ପାତ୍ର, ଲେନିନ ମହାନ୍ତି ଓ ସୁଲତା ଦେଓ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe