ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ ଲାଗି ଦାବି କଲା ବିଜେଡି

ପଦାରେ ପଡ଼ିଲା ମନମୋହନଙ୍କ ସଭାପତିତ୍ବକୁ ନେଇ ବିଜେପିର ଅସନ୍ତୋଷ: ବିଜେଡି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବନ୍ଦ ହେବାକୁ ନେଇ ଆପତ୍ତି ଉଠାଇଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ଏନଏଫଏସଏ ସ୍କିମରେ ଦିଆଯାଏ ଏବଂ ଆଉ ୫ କେଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିଲା। ଦୁର୍ଭାଗ୍ୟର ବିଷୟ ୧୦ କେଜି ଚାଉଳରୁ ୫ କେଜି ଚାଉଳ କାଟି ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବନ୍ଦ କରି ଦିଆଗଲା, ଯାହା ଦ୍ୱାରା ଓଡ଼ିଶାର କେବଳ ପରିବାର ହଇରାଣ ହେଲେନି, ଚାଷୀ ଭାଇମାନେ ବି ହନ୍ତସନ୍ତ ହେଉଛନ୍ତି। ଚାଷୀମାନେ ଏହି ଯୋଜନାରେ ଉପକୃତ ହେଉଥିଲେ। ଓଡ଼ିଶାର ଅନେକ ପରିବାର ଏହି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଅପେକ୍ଷା କରିଥିଲେ ବି ସେମାନେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି, କାରଣ କେନ୍ଦ୍ର ସରକାର ପୁରୁଣା ତାଲିକାକୁ ନେଇ ଚାଲୁଛନ୍ତି। ଆମେ ହିତାଧିକାରୀମାନଙ୍କୁ ଯୋଡ଼ିବାକୁ ଚାହୁଁଥିଲେ ବି ହୋଇ ପାରୁନି। ଏଇ ମାସରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆରମ୍ଭ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe