ତୈଳଦର ବୃଦ୍ଧିି ପ୍ରତିବାଦରେ ବିଜେଡିର ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ

Advertisment
ତୈଳଦର ବୃଦ୍ଧିି ପ୍ରତିବାଦରେ ବିଜେଡିର ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପ୍ରେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ
ଆନ୍ଦୋଳନ କରାଯାଉଛି। ଆର୍ନ୍ତଜାତିକ ବଜାରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟବାସୀ କେନ୍ଦ୍ରର ଉଦାସୀନତା ପାଇଁ ଏହା ସୁଫଳ ପାଇ ପାରୁ ନାହାଁନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇ ବିଜୁ ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଆଜି ଏହି ଆନ୍ଦୋଳନ କରାଯାଉଛି। ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

publive-image
ବିଜେଡି ପକ୍ଷରୁ ଆଜି ଅନୁଗୁଳ ପେଟ୍ରୋଲ ପମ୍ପ ନିକଟରେ ଆନ୍ଦୋଳନ କରାଯାଇଛି। ବିଜେଡିର ଯୁବ ଛାତ୍ର ସଙ୍ଗଠନର କର୍ମକର୍ତ୍ତାମାନେ ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭେ ପ୍ରଦର୍ଶନ କରିଛନ୍ତି।

publive-image
ସେହିପରି ଦେବଗଡ଼ ପ୍ରେଟୋଲ ପମ୍ପରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଥିବାବେଳେ କେନ୍ଦ୍ରାପଡ଼ା ବିଜୁ ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ କେନ୍ଦ୍ରାପଡ଼ାର ଏସାର ପେଟ୍ରୋଲ ପମ୍ପ ଓ ରିଲାଏନ୍ସ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର ଠାରେ ମଧ୍ୟ ବିଜୁ ଯୁବ ଛାତ୍ର ସଙ୍ଗଠନର କର୍ମକର୍ତ୍ତାମାନେ ବିଭିନ୍ନ ପ୍ରେଟୋଲ ପମ୍ପ ନିକଟରେ ଆନ୍ଦୋଳନ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ସୁରକ୍ଷା ଦୃଷ୍ଟିରୁ ଏହି ଆନ୍ଦୋଳନ ଓ ବିକ୍ଷୋଭ ସମୟରେ କେତେକ ପେଟ୍ରୋଲ ପମ୍ପ ୩ ଘଣ୍ଟା ପାଇଁ କାରବାର ବନ୍ଦ କରିଦେସଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe