ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଓ ସୁଶାନ୍ତ ସିଂଙ୍କୁ ପରିଚାଳନା ଦାୟିତ୍ଵ

Advertisment
ପଦ୍ମପୁର ପାଇଁ କସରତ: ପଶ୍ଚିମ ଓଡ଼ିଶାର ନେତା ଧରିବେ ବିଜେଡି ମଙ୍ଗ

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡି ଅଧିକ ସତର୍କ ହୋଇଥିବା ଜଣାଯାଇଛି। ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି। ତାହା ଅନୁଯାୟୀ, ବିଜେଡି ପଦ୍ମପୁର ପାଇଁ ନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରିଛି। ବିଜେଡି ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଓ ସୁଶାନ୍ତ ସିଂଙ୍କୁ ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵ ଦେଇଛି।

ଏଣେ ତିନି ମନ୍ତ୍ରୀ ତିନିଟି ବ୍ଲକର ଦାୟିତ୍ୱରେ ରହିବେ। ସୂଚନା ଅନୁଯାୟୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ। ଠିକ୍ ସହିପରି ମନ୍ତ୍ରୀ ନବ ଦାସ ପାଇକମାଳ ବ୍ଳକ ଦାୟିତ୍ୱରେ ରହିବେ। ଏଣେ ଝାରବନ୍ଧ ବ୍ଲକ ଦାୟିତ୍ୱ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦିଆଯାଇଛି।
ଏହାଛଡ଼ା ପଶ୍ଚିମ ଓଡ଼ିଶାର ପ୍ରମୁଖ ନେତା ଜୋନ ଦାୟିତ୍ୱରେ ରହିବେ ବୋଲି ଜଣାଯାଇଛି। ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ସରୋଜ ମେହେର ଓ ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ଜୋନ ଦାୟିତ୍ଵ ସମ୍ଭାଳିବେ। ଅନ୍ୟ ନେତାଙ୍କୁ ବି ଖୁବ୍ ଶୀଘ୍ର ଦାୟିତ୍ବ ବଣ୍ଟାଯିବ ବୋଲି ବି ଦଳ ପକ୍ଷରୁ କୁହାଯାଇଛି। ତେବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଚାର ମଙ୍ଗ ସମ୍ଭାଳିବେ।

ସୂଚନାଯୋଗ୍ୟ, ଧାମନଗର ଫଳାଫଳକୁ ନେଇ ଉତ୍‌ଫୁଲ୍ଲିତ ବିରୋଧୀ ଦଳ ବିଜେପି ପଦ୍ମପୁରରେ ନିଜର ବି ନିଜର ବିଜୟଧାରା ବଳବତ୍ତର ରଖିବାକୁ ଚେଷ୍ଟା କରିବ। ସେହିଭଳି, ଶାସକ ବିଜେଡି ନିଜ ଆସନକୁ କେବେ‌ହେଲେ ହାତଛଡ଼ା କରିବାକୁ ଚାହିଁବ ନାହିଁ। ସେଥିପାଇଁ ସମସ୍ତ ପ୍ରକାରର ଉଦ୍ୟମ ଅବ୍ୟାହତ ରଖିବ। ଏହିଦୃଷ୍ଟିରୁ ପଦ୍ମପୁର ଉପନିର୍ବାଚନ ଦୁଇଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ମୃତ୍ୟୁପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe