ଝାରସୁଗୁଡ଼ାରେ ବିଜେଡିର ସାଂଗଠନିକ ଶକ୍ତି ବୃଦ୍ଧି ପାଇଛି: ସୌମ୍ୟ

ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଝାରସୁଗୁଡ଼ାରେ ବିଜେଡିର ସାଂଗଠନିକ ଶକ୍ତି ବୃଦ୍ଧି ପାଇଛି: ସୌମ୍ୟ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିର ସ୍ଥିତି ମଜଭୁତ ରହିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଆଉ ପାଦେ ଆଗକୁ ଯାଇ ୯ଟି ଜିଲ୍ଲା ପରିଷଦ ଆସନରୁ ୯ଟିରେ ବିଜୟୀ ହେବ। ୨୦୧୭ ପଞ୍ଚାୟତ ନିର୍ବାଚନରେ ନବବାବୁ ଯେଉଁ ସଫଳତା ଆଣିଥିଲେ, ଏବେ ସେ ବିଜେଡିକୁ ଆସିବା ପରେ ସେହି ସଫଳତା ଅନେକ ଗୁଣ ବୃଦ୍ଧି ପାଇଛି ବୋଲି ବିଜେଡିର ଉପସଭାପତି ତଥା ବରିଷ୍ଠ ପର୍ଯ୍ୟବେକ୍ଷକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଶୁକ୍ରବାର ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ  ବିଜେଡି ଜିଲ୍ଲା ସଭାପତି ବିଧାୟକ କିଶୋର ମହାନ୍ତି ଓ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବଳିଷ୍ଠ ନେତୃତ୍ବ ଯୋଗୁଁ ଜିଲ୍ଲା ସଂଗଠନ ଅଧିକ ଶକ୍ତିଶାଳୀ ହୋଇଛି। ଜିଲ୍ଲା ପର୍ଯ୍ୟବେକ୍ଷକ ସାଂସଦ ସୁବାସ ସିଂହ କହିଥିଲେ, ଦଳ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ଆହୁରି ଆଗକୁ ଯିବ ଓ ସଂଗଠିତ ହେବ। ସଭାପତି କିଶୋର ମହାନ୍ତି କହିଥିଲେ, ଆଜିର କାର୍ଯ୍ୟକାରିଣୀ ବୈଠକ ସଫଳ ହୋଇଛି। ଏହି ବୈଠକରେ ନବୀନ ବାବୁଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଓ ଦଳର ସାଂଗଠନିକ ବ୍ୟାପାର ସଂପର୍କରେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ଶ୍ରୀ ପଟ୍ଟନାୟକ, ଶ୍ରୀ ସିଂହ ଓ ମନ୍ତ୍ରୀ ଶ୍ରୀ ଦାସ କର୍ମକର୍ତ୍ତାମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

ସକାଳେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସଭାପତି ଶ୍ରୀ ମହାନ୍ତି ସଭାପତିତ୍ବ କରିଥିଲେ। ଜିଲ୍ଲା ସଂପାଦକ ବିଶ୍ବନାଥ ନାୟକ ସଂଯୋଜନା କରିଥିବା ବେଳେ ରାଜ୍ୟ ଉପସଭାନେତ୍ରୀ ସାଧନା ସାମନ୍ତରାୟ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ତାପସ ରାୟ ଚୌଧୁରୀ, ନଗର ସଭାପତି ସନ୍ଦୀପ ଅଗସ୍ତି, ଉପସଭାପତି ରାଜୁ ପାଣିଗ୍ରାହୀ, ରଘୁମଣି ପଟେଲ, ମିନତି ନାଏକ, ରବିରତ୍ନ ପ୍ରଧାନ, ମିତ୍ରଭାନୁ ସାହୁ, ଜୟକୁମାରୀ ପଟେଲ, ନନ୍ଦକିଶୋର ଅଗ୍ରୱାଲ, ଜଗନ୍ନାଥ ଜେନା, କିର୍ମିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, ଲଇକେରା ବ୍ଲକ୍‌ ଅଧ୍ୟକ୍ଷା ରୋଜାଲିନ ପଟେଲ, ବିଜେଡିର ସମସ୍ତ ବ୍ଲକ ସଭାପତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଯୁବ ସଭାପତି ପ୍ରଶାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe