ମହିଳା ଭୋଟ ଅଧିକ ସୁନିଶ୍ଚିତ କରିବା ପାଇଁ ମିଶନ ଶକ୍ତିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର: ନିରଞ୍ଜନ ପଟ୍ଟନାୟକ

Advertisment

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଲେ- ରାଜ୍ୟ ସରକାର ମିଶନ ଶକ୍ତିକୁ ରାଜନୈତିକ ହତିଆର ନକରନ୍ତୁ

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଲେ- ରାଜ୍ୟ ସରକାର ମିଶନ ଶକ୍ତିକୁ ରାଜନୈତିକ ହତିଆର ନକରନ୍ତୁ

ମହିଳା ଭୋଟ ଅଧିକ ସୁନିଶ୍ଚିତ କରିବା ପାଇଁ ମିଶନ ଶକ୍ତିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ମହିଳା ଭୋଟ ବିଜେଡ଼ିକୁ ଅଧିକ ମିଳୁଛି। ତାକୁ ଆହୁରି ସଲିଡ କରିବାକୁ ମହିଳାଙ୍କ ପାଇଁ ମିଶନ ଶକ୍ତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ସରକାର। ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ନିଯୁକ୍ତି, ବୃହତ୍ ଶିଳ୍ପ କି ଜଳସେଚନ ବ୍ୟବସ୍ଥା ହେଉନି। କାରଣ ୨୦ ବର୍ଷରେ ସେ ପରୀକ୍ଷା କରି ଜାଣିସାରିଲେଣି ଯେ କେଉଁ ବର୍ଗକୁ ଗୁରୁତ୍ବ ଦେଲେ ଭୋଟ ମିଳିବ।

ପସିସି ସଭାପତି ଶ୍ରୀ ପଟ୍ଟନାୟକ ମନ୍ଦିର ରୂପାନ୍ତରିକରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟର ସବୁ ମନ୍ଦିର ବୁଲି ବୁଲି ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିରେ ଆଦର୍ଶ କଣ ଅଛି? ବିଚାରଧାରା କଣ ଅଛି? ଲୋକଙ୍କ ସେଣ୍ଟିମେଣ୍ଟକୁ ଟଚ୍ କରିବା ପାଇଁ ଭୋଟ ହାତେଇବା ପାଇଁ ସବୁ କାର୍ଯ୍ୟକ୍ରମ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କ ହିନ୍ଦୁତ୍ବକୁ କାଉଣ୍ଟର ପାଇଁ ଏହା ହେଉଛି। ବିଜେଡ଼ିର ଆଇଡୋଲଜି କଣ? ବହୁତ ଆଞ୍ଚଳିକ ଦଳ ମାନେ ଭିତରେ ଭିତରେ ବିଜେପି ସହ ଅଛନ୍ତି ନିଜ ସୁରକ୍ଷା ପାଇଁ। ନହେଲେ ଇଡି ଭଳି ସଂସ୍ଥା ଚଢ଼ାଉ କରିବ। ଲୋକଙ୍କ ଧାର୍ମିକ ଦୁର୍ବଳତାକୁ ପାଥେୟ କରି ଭୋଟ ପାଇବା ଲାଗି ଉଭୟ ବିଜେପି ଓ ବିଜେଡ଼ି ରାଜନୀତି କରୁଛନ୍ତି। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଇନ କାନୁନ୍ ଭିତରେ ହେଉ। ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଲଢିବ। ୨୦୦୪ ପରଠାରୁ ରାଜ୍ୟରେ ଯେତେ ନିର୍ବାଚନ ହୋଇଛି ସବୁଥିରେ ପଇସା ଖେଳ ହେଉଛି। କିନ୍ତୁ ଶାସକ ଦଳ ଅସତ୍ ଉପାୟରେ ଲଢ଼ିବାରୁ କିନ୍ତୁ ନିବୃତ୍ତ ରହିବନି। ଯଦି ଲୋକଙ୍କ ମନର ବିଚାରଧାରାରେ ପରିବର୍ତ୍ତନ ଆସିବ ତାହାଲେ କଂଗ୍ରେସ ଜିତିବ।

ସେହିପରି ମିଶନ ଶକ୍ତି ପାଇଁ କ୍ୟାବିନେଟରେ ବ୍ୟାପକ ବ୍ୟୟ ବରାଦ ପ୍ରସଙ୍ଗରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ମିଶନ ଶକ୍ତିକୁ ରାଜନୈତିକ ହତିଆର କରନ୍ତୁ ନାହିଁ। ମିଶନ ଶକ୍ତିରେ ପୂର୍ବରୁ ହୋଇଥିବା ଯୋଜନା ଠିକଣା ଢଙ୍ଗରେ ପ୍ରଣୟନ ହୋଇନାହିଁ । ଏଥିପାଇଁ କେନ୍ଦ୍ର ସରକାର ଯେଉଁ ସବୁ ଯୋଜନା ଗୁଡ଼ିକ ଦେଶ ସାରା କରିଛନ୍ତି ତାହା ଓଡିଶାରେ ହୋଇନାହିଁ । ଓଡିଶାରେ ରାଜ୍ୟ ସରକାର ଯଦି ମିଶନ ଶକ୍ତି ବିଭାଗ କରି ମହିଳା ମାନଙ୍କର ଉତଥାନ ହେବ ବୋଲି ଭାବୁଛନ୍ତି, ଏହାଦ୍ୱାରା କୌଣସି ବିକାଶ ହେବ ନାହିଁ । ନିର୍ବାଚନ ଆସିଲେ ସରକାରଙ୍କୁ ମହିଳାଙ୍କ କଥା ମାନେ ପଡୁଛି । ନିର୍ବାଚନ ସରିଲେ ଭୁଲି ଯାଉଛନ୍ତି । ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯାହା କରାଯିବା କଥା ତାହା କରାଯାଉନାହିଁ । ଏ ସବୁ ନେଇ ବାରମ୍ବାର କହିବା ପରେ ମଧ୍ୟ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗୁନାହିଁ । ଏବେ ବିଭିନ୍ନ ଫେଡ଼େରେସନ ଗୁଡ଼ିକରେ ନୂଆ ସଭାପତି ସମ୍ପାଦକ ଯେତେବେଳେ ଚୟନ କରାଯାଉଛି, ସେଥିରେ ବିଜୁ ଜନତା ଦଳର ସମର୍ଥନ ମୁଖ୍ୟ ମାନଦଣ୍ଡ ରହୁଛି । ତେଣୁ ଏ ସବୁ ଯୋଜନା କେବଳ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର କରିଛନ୍ତି । ଏ ଯୋଜନା ଗୁଡ଼ିକ ଆଗାମୀ ଦୁଇ ବର୍ଷ ଭିତରେ ବି ପ୍ରଣୟନ ହୋଇପାରିବ ନାହିଁ ଏଭଳି ସନ୍ଦେହ ସୃଷ୍ଟି ହେବା ସ୍ଵାଭାବିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe