ସିଇଓଙ୍କୁ ଫେରାଦ ହେଲା ବିଜେଡି : ନିରବ ଅବଧି ଭିତରେ ମୋବାଇଲ ନମ୍ବରରୁ ଭଏସ୍ କଲ କରି ପ୍ରଚାର ଚଳାଇଛି ବିଜେପି

Advertisment

ବିଜେଡି ପ୍ରାର୍ଥୀ ଅନୁଭବଙ୍କୁ ବଦନାମ କରିବାକୁ ଓଟିଭି ମିଛ ଖବର ପ୍ରସାରଣ କରୁଛି, ବୈଜୟନ୍ତଙ୍କ ନିର୍ବାଚନ ଏଜେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି

ବିଜେଡି ପ୍ରାର୍ଥୀ ଅନୁଭବଙ୍କୁ ବଦନାମ କରିବାକୁ ଓଟିଭି ମିଛ ଖବର ପ୍ରସାରଣ କରୁଛି, ବୈଜୟନ୍ତଙ୍କ ନିର୍ବାଚନ ଏଜେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି

ସିଇଓଙ୍କୁ ଫେରାଦ ହେଲା ବିଜେଡି : ନିରବ ଅବଧି ଭିତରେ ମୋବାଇଲ ନମ୍ବରରୁ ଭଏସ୍ କଲ କରି ପ୍ରଚାର ଚଳାଇଛି ବିଜେପି

ଭୁବନେଶ୍ବର : ନିର୍ବାଚନ ପାଇଁ ନିରବ ଅବଧି ବଳବତ୍ତର ଥିବାବେଳେ ବିଜେପି ମୋବାଇଲରୁ ଭଏସ କଲ୍ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛି ବିଜେଡି। ଏହାସହିତ କେନ୍ଦ୍ରାପଡ଼ାରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ଭୋଟ ଦେବାକୁ ଓଟିଭି କର୍ମଚାରୀମାନେ ଟଙ୍କା ବାଣ୍ଟିବା ଜାରି ରଖିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଖାଲିସେତିକି ନୁହେଁ, ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ବଦନାମ କରିବାକୁ ଅସତ୍ୟ ଖବର ପ୍ରସାରଣ କରିବା ସହ ବୈଜୟନ୍ତଙ୍କ ସହଯୋଗୀ ଜ୍ୟୋତି ଘୋଷ ଶ୍ରୀ ମହାନ୍ତିଙ୍କ ବିରୋଧରେ ଦାୟର କରିଥିବା ଅଭିଯୋଗ ଅସତ୍ୟ ବୋଲି ବିଜେଡି ଜଣାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେଡି ଅଭିଯୋଗ କରି ଦର୍ଶାଇଛି, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରିବାଠୁ ୪୮ ଘଣ୍ଟା ପର୍ଯ୍ୟନ୍ତ ନିରବ ଅବଧି ବଳବତ୍ତର ଥିବାବେଳେ ବିଜେପି ନିର୍ଦ୍ଦିଷ୍ଟ ଭାବେ ଦୁଇଟି ମୋବାଇଲ ନମ୍ବରରୁ ଭଏସ୍ କଲ କରି ଭୋଟରଙ୍କୁ ପ୍ରଭାବିତ କରୁଛି। ଯାହାକି ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଂଘନ। ଏହାସହିତ କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଓଟିଭିର ୧୦ରୁ ୧୨ଟି ଟିମ୍ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଜାରି ରଖିଛନ୍ତି। ଟଙ୍କା ବାଣ୍ଟିବା ନେଇ ପୂର୍ବରୁ ଦୁଇଥର ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବା ନେଇ ମଧ୍ୟ ବିଜେଡି ଅସନ୍ତୋଷ ପ୍ରକାଶ କରିଛି। ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ବଦନାମ କରିବାକୁ ଓଟିଭି ମିଛ ଖବର ପ୍ରସାରଣ କରିଛି। ଏହାସହିତ ନିରବ ଅବଧି ବଳବତ୍ତର ଥିବାବେଳେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି କୌଣସି ନିର୍ବାଚନୀ ପ୍ରଚାର କରିନାହାନ୍ତି। ଶ୍ରୀ ମହାନ୍ତିଙ୍କୁ ବଦନାମ କରିବା ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ତଥା ନିର୍ବାଚନ ଏଜେଣ୍ଟ ଜ୍ୟୋତି ଘୋଷ ମିଛ ଅଭିଯୋଗ ଦାୟର କରିଥିବା ବିଜେଡି କହିଛି। ଏବେ ବିଜେପି, ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରାପଡ଼ାରେ ଟଙ୍କା ବାଣ୍ଟୁଥିବା ଓଟିଭି କର୍ମଚାରୀଙ୍କ ସମେତ ଜ୍ୟୋତି ଘୋଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛି। ବିଜେଡି ପ୍ରତିନିଧିଦଳରେ ମୁଖପାତ୍ର ସସ୍ମିତ ପାତ୍ରଙ୍କ ସମେତ ମୁଖପାତ୍ର ସୁଲତା ଦେଓ ଓ ମୁଖପାତ୍ର ଲେନିନ୍ ମହାନ୍ତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe