ବିଜେଡି ପ୍ରତିଷ୍ଠା ଦିବସରେ ସୌମ୍ୟଙ୍କ ଆହ୍ବାନ : ଘରେ ଘରେ ସରକାରଙ୍କ ସଫଳତା ପହଞ୍ଚାଅ

Advertisment
ବିଜେଡି ପ୍ରତିଷ୍ଠା ଦିବସରେ ସୌମ୍ୟଙ୍କ ଆହ୍ବାନ : ଘରେ ଘରେ ସରକାରଙ୍କ ସଫଳତା ପହଞ୍ଚାଅ

କୋରାପୁଟ/ଜୟପୁର : ଗତ ନିର୍ବାଚନ ସମୟରେ ଦଳ ଦେଇଥିବା ପ୍ରତିଶ୍ରୁତି ସବୁ ପାଳନ କରିବାରେ ଆମେ କେମିତି ସଫଳ ହେଇଛୁ, ତାହାକୁ ଘରେ ଘରେ ପହଞ୍ଚାଇବାକୁ ପଡ଼ିବ। କୋରାପୁଟ ଓ ଜୟପୁରରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

କୋରାପୁଟ ନିଶାଣୀମୁଣ୍ଡା ପଡ଼ିଆରେ ଆଜି ବିଧାନସଭା କ୍ଷେତ୍ର ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଦଳର ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ସେହିପରି ଜୟପୁର ଘୋଡ଼ାଶାଳ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ‌େର ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଅଧ୍ୟକ୍ଷତା କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାବାସୀ ବିଜେଡିକୁ ଆଶୀର୍ବାଦ ଦେଇଛନ୍ତି। ବିଜେଡି ମଧ୍ୟ ଏହାର ପ୍ରତିଦାନରେ ଓଡ଼ିଶାର ବିକାଶ ପାଇଁ କାମ କରି ଆସୁଛି। ତେବେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ କର୍ମୀଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ବଢ଼ି ଯାଇଛି। ଗତ ନିର୍ବାଚନ ସମୟରେ ଦଳ ଦେଇଥିବା ପ୍ରତିଶ୍ରୁତି ସବୁ ପାଳନ କରିବାରେ ଆମେ କେମିତି ସଫଳ ହେଇଛୁ ତାହାକୁ ଘରେ ଘରେ ପହଞ୍ଚାଇବାକୁ ପଡ଼ିବ ବୋଲି ସେ କହିଥିଲେ।

ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କାଳିଆ ଯୋଜନା ମାଧ୍ୟମରେ କୃଷି ଓ କୃଷକଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରାଯାଇଛି। ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେବା ସହ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରି କାହାରି ପେଟ ଅପୂରା ରଖିନାହାନ୍ତି।

ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ ଗତ ୫ ବର୍ଷ ଭିତରେ ଜୟପୁର ନିର୍ବାଚନମଣ୍ଡଳୀର ବିକାଶ ଧିମେଇଛି ଏବଂ ବାହାର ଲୋକ ଏଠାରେ ବିଧାୟକ ହେବାରୁ ଜୟପୁରବାସୀ ଅବହେଳିତ ବୋଲି ସେ କହିଥିଲେ।

ଏହି ଦୁଇ କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ଝିନ୍ନ ହିକ୍‌କା, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ରଘୁରାମ ପଡାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe