କେଉଁଠାରୁ ଲଢ଼ିବ କିଏ? ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ଟିକେଟ ଦେଲା ବିଜେଡି

କେଉଁଠାରୁ ଲଢ଼ିବ କିଏ? ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ଟିକେଟ ଦେଲା ବିଜେଡି

ଭୁବନେଶ୍ବର: ଆଗକୁ ଲୋକସଭା ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ଆରମ୍ଭ କରିସାରିଛନ୍ତି। ଓଡ଼ିଶାରୁ କେଉଁମାନେ ଲୋକସଭା ନିର୍ବାଚନ ଲଢ଼ିବେ ସେମାନଙ୍କ ନାମ ଘୋଷଣା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ତାଲିକାରେ ୯ଜଣଙ୍କ ନାମ ରହିଥିବା ବେଳେ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ବିଜେଡି ପ୍ରାର୍ଥୀ ବାଛିଥିବା କୁହାଯାଉଛି।

ବିଜେଡିର ପ୍ରାର୍ଥୀ ତାଲିକା ଦେଖିବାକୁ ଗଲେ କଳାହାଣ୍ଡିରୁ ଲମ୍ବୋଦର ନିଆଲ ପ୍ରାର୍ଥୀ ହୋଇଥିବା ବେଳେ ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡରୁ ଦିଲୀପ ତିର୍କି, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି,  ନବରଙ୍ଗପୁରରୁ ପ୍ରଦୀପ ମାଝି, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକାକା ଏବଂ ଆସ୍କାରୁ ରଂଜିତା ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ତେବେ  ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବା ବେଳେ ଏପ୍ରିଲ ୧୯ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ସହ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭, ଚତୁର୍ଥ ପର୍ଯ୍ୟାୟ ମେ ୧୩, ପଞ୍ଚମ ପର୍ଯ୍ୟାୟ ମେ ୨୦, ଷଷ୍ଠ ପର୍ଯ୍ୟାୟ ମେ ୨୫ ଓ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଜୁନ୍ ୧ରେ ମତଦାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe