ବରଗଡ଼ ଜିଲ୍ଲାରେ ବିଜେଡିକୁ କ୍ଲିନ୍‌ ସ୍ୱିପ୍‌

Advertisment
ବରଗଡ଼ ଜିଲ୍ଲାରେ ବିଜେଡିକୁ କ୍ଲିନ୍‌ ସ୍ୱିପ୍‌

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ବରଗଡ଼ ଜିଲ୍ଲାରେ ତାଙ୍କ ଦଳ ବିଜୁ ଜନତା ଦଳ କ୍ଲିନ୍‌ ସ୍ୱିପ୍‌ କରିଛି।

ଏହି ଜିଲ୍ଲା ଅନ୍ତର୍ଗତ ପାଞ୍ଚୋଟିଯାକ ବିଧାନସଭା ଆସନ ବିଜୁ ଜନତା ଦଳ ପୁଣି ଜିତିଛି। ଏହି ପାଞ୍ଚୋଟିଯାକ ଆସନ ହେଲା- ବିଜେପୁର, ପଦ୍ମପୁର, ବରଗଡ଼, ଭଟ୍ଟଲି ଓ ଅତାବିରା।

ବିଜେପୁର ବିଧାନସଭା ଆସନ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିଥିବା ବେଳେ ଜିଲ୍ଲାର ଦୁଇଜଣ ଯାକ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆ ଯଥାକ୍ରମେ ଭଟ୍ଟଲି ଓ ଅତାବିରା ଆସନରୁ ପୁନଃନିର୍ବାଚିତ ହୋଇଛନ୍ତି। ବରଗଡ଼ ବିଧାନସଭା ଆସନରୁ ଦେବେଶ ଆଚାର୍ଯ୍ୟ ପୁଣି ବିଜୟୀ ହୋଇଥିବା ବେଳେ ପଦ୍ମପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ବିଜୟ ରଂଜନ ସିଂହ ବରିହା ପୁଣି ଗୋଟିଏ ବ୍ରେକ୍‌ ପରେ ଜିତିଛନ୍ତି। ସେ ଗତ ବିଧାନସଭାରେ ଭାରତୀୟ ଜନତା ପାର୍ଟିର ପଦ୍ମପୁର ବିଧାୟକ ଥିବା ପ୍ରଦୀପ ପୁରୋହିତଙ୍କୁ ହରାଇ ବିଜୟୀ ହୋଇଛନ୍ତି।

ଗତବର୍ଷ ଉପନିର୍ବାଚନରେ ବିଜେପୁର ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ରୀତାରାଣୀ ସାହୁ ବିଜୟୀ ହୋଇଥିଲେ। ଏଥର ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ। ପ୍ରଥମ ଥର ପାଇଁ ସେ ଏଥର ଦୁଇଟି ସ୍ଥାନରୁ (ହିଞ୍ଜିଳି ଓ ବିଜେପୁରରୁ) ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତାଙ୍କର ପ୍ରାର୍ଥୀତ୍ୱ ଜିଲ୍ଲାର ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଉପରେ ଅନୁକୂଳ ପ୍ରଭାବ ପକାଇଛି ବୋଲି ରାଜନୈତିକ ବିଶାରଦମାନଙ୍କ ବିଶ୍ୱାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe