ବିଜେଡି ଅସହିଷ୍ଣୁ ହୋଇ ପଡ଼ିଛି: ପଞ୍ଚାୟତିରାଜ ମନ୍ତ୍ରୀ

ଗୋପବନ୍ଧୁଙ୍କ ମାଟିକୁ କଳଙ୍କିତ କରିବାକୁ ଯାଇଛି ବିଜେଡି । ନିଜକୁ ଦାୟଦ ଦାୟଦ କହୁଥିବା ଲୋକ ସର୍ବସ୍ବ ବିକି ଦେଇଥିଲା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବିଜେଡ଼ିର ପଦଯାତ୍ରା ନେଇ ମନ୍ତବ୍ୟ ଦେଇଛନ୍ତି...

BJD has become intolerant: Panchayat Raj Minister

BJD has become intolerant: Panchayat Raj Minister

ଭୁବନେଶ୍ବର: ଗୋପବନ୍ଧୁଙ୍କ ମାଟିକୁ କଳଙ୍କିତ କରିବାକୁ ଯାଇଛି ବିଜେଡି । ନିଜକୁ ଦାୟଦ ଦାୟଦ କହୁଥିବା ଲୋକ ସର୍ବସ୍ବ ବିକି ଦେଇଥିଲା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବିଜେଡ଼ିର ପଦଯାତ୍ରା ନେଇ ମନ୍ତବ୍ୟ ଦେଇଛନ୍ତି। ଆମେ କଣ ମାଟି, ପାଣି ଓ ପବନ ଅନ୍ୟକୁ ବିକି ଦେବା କି ? ଆମ ଅସ୍ମିତାର ସୁରକ୍ଷା ଆମ ଦାୟିତ୍ଵ। ୧୫ମାସର ସରକାରର ବିକାଶରେ ଅସହିଷ୍ଣୁ ହୋଇ ପଡ଼ିଛି ବିଜେଡି।

ପଦଯାତ୍ରାର କିଛି ଫରକ୍ ପଡ଼ିବାର ନାହିଁ। ୨୪ବର୍ଷ ଶାସନ କଲେ ହେଲେ ଓଡ଼ିଶାବାସୀଙ୍କ ପାଇଁ ଚିନ୍ତା ବି କଲେ ନାହିଁ। ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଥାଏ ଓଡ଼ିଶା।

 
ନୂଆପଡା ଜନତାଙ୍କ ମାନସିକତା ହେଉଛି ସରକାରଙ୍କ ସହିତ ରହିବା। ସରକାରଙ୍କ ଉପରେ ଭରସା ଅଛି। ମୁଖ୍ୟମନ୍ତ୍ରୀ ନିକଟରେ ନୂଆପଡା ଗସ୍ତ କରି ଗରିବ ଆଦିବାସୀ ଚାଷୀଙ୍କ ବିକାଶ ପାଇଁ ଆଲୋକପାତ କଲେ। ବିରୋଧୀ ଏବେ ଛାନିଆ ହେଇଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। କଂଗ୍ରେସ କ’ଣ କରିଛି ଆମେ ଜାଣିଛୁ, ଲୋକେ ସମସ୍ତେ ଜାଣିଛନ୍ତି। ଯାହାର କିଛି ନାହିଁ,ସେ ଅଧିକ କହିବ। ବିଜେଡି ପଦଯାତ୍ରାର ପ୍ରଭାବ ପଡିବନି। ଲୋକମାନେ ଜାଣିଛନ୍ତି ସରକାରଙ୍କ ସହିତ ରହିଲେ, କଣ ଲାଭ ହୁଏ କଣ କ୍ଷତି ହୁଏ, ଗଣତନ୍ତ୍ର ପ୍ରତି କଣ ଶ୍ରଦ୍ଧା ରୁହେ ଏସବୁ ବିଷୟ ନୂଆପଡା ଜନତା ଜାଣିଛନ୍ତି।

ବିଜେପି ସପକ୍ଷରେ ନୂଆପଡା ଜନତାଙ୍କ ଜନମତ ଯିବ ଓ ସରକାରଙ୍କ ସହିତ ରହିବାକୁ ନିଷ୍ପତି ନେଇଛନ୍ତି। ଗୋଟିଏ ଲୋକର ଦଳ ନୁହେଁ ବିଜେପି। କୋର କମିଟି ଠିକ ସମୟରେ ଠିକ ନିଷ୍ପତି ନେବ। ଠିକ ସମୟ ଦେଖି ଦଳ ପ୍ରାର୍ଥୀ ଘୋଷଣା କରିବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe