ରଙ୍ଗ ବଦଳାଇବାରେ ବିଜେଡି ଓସ୍ତାଦ: ବିଜେପି

Advertisment

ଆମର ରଙ୍ଗ କେବେହେଲେ ବଦଳି ନାହିଁ। କିନ୍ତୁ ରଙ୍ଗ ବଦଳାଇବାରେ ବିଜେଡି ଓସ୍ତାଦ। ରଙ୍ଗ ବଦଳାଇ ବିଜେଡି ୧୯୯୮ରେ ଆମ ସହ ମେଣ୍ଟ କରିଥିଲା। ନିଜ ଆବଶ୍ୟକତା ପୂରଣ ହେବା ପରେ ଏବଂ ନିଜ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଜେଡି ୨୦୦୯ରେ ପୁଣି ଥରେ ବିଜେପି ସହ ସଂପର୍କ ଛିନ୍ନ କରିଥିଲା।

ଆମର ରଙ୍ଗ କେବେହେଲେ ବଦଳି ନାହିଁ। କିନ୍ତୁ ରଙ୍ଗ ବଦଳାଇବାରେ ବିଜେଡି ଓସ୍ତାଦ। ରଙ୍ଗ ବଦଳାଇ ବିଜେଡି ୧୯୯୮ରେ ଆମ ସହ ମେଣ୍ଟ କରିଥିଲା। ନିଜ ଆବଶ୍ୟକତା ପୂରଣ ହେବା ପରେ ଏବଂ ନିଜ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଜେଡି ୨୦୦୯ରେ ପୁଣି ଥରେ ବିଜେପି ସହ ସଂପର୍କ ଛିନ୍ନ କରିଥିଲା।

ଆଠମଲ୍ଲିକ‌ ବିଧାନସଭା: ବିଜେଡି ସହ ବିଜୁ-ବିଜେପିର ମୁକାବିଲା

ଭୁବନେଶ୍ୱର: ଆମର ରଙ୍ଗ କେବେହେଲେ ବଦଳି ନାହିଁ। କିନ୍ତୁ ରଙ୍ଗ ବଦଳାଇବାରେ ବିଜେଡି ଓସ୍ତାଦ। ରଙ୍ଗ ବଦଳାଇ ବିଜେଡି ୧୯୯୮ରେ ଆମ ସହ ମେଣ୍ଟ କରିଥିଲା। ନିଜ ଆବଶ୍ୟକତା ପୂରଣ ହେବା ପରେ ଏବଂ ନିଜ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଜେଡି ୨୦୦୯ରେ ପୁଣି ଥରେ ବିଜେପି ସହ ସଂପର୍କ ଛିନ୍ନ କରିଥିଲା। ଏହାପରେ କଂଗ୍ରେସ ସହ ସାଲିସ୍‌ କରି ସଂପର୍କ ସ୍ଥାପନା କରିଥିଲା। ବର୍ତମାନ ବି କଂଗ୍ରେସ ସହ ନିବିଡ଼ ସଂପର୍କରେ ରହିଛି। ବିଧାନସଭା ଭିତରେ ଓ ବାହାରେ ଦୁଇ ଦଳର ଭାଷା ମଧ୍ୟ ସମାନ ରହିଛି ବୋଲି ବିଜେପିର ବରିଷ୍ଠ ନେତା ତଥା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି, ଚାପରେ ପଡ଼ି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ନିଜ ଇଚ୍ଛା ବିରୋଧରେ ଅନେକ କଥା କହିଥାନ୍ତି। ଆଜି ମଧ୍ୟ ବିଜେଡି ଶ୍ରୀ ଆଚାର୍ଯ୍ୟଙ୍କ ମୁହଁରୁ ମିଛ କୁହାଇବାର ପ୍ରୟାସ କରିଛି। ୨୦୧୬ ପୂର୍ବରୁ ଖଣିଜ ସମ୍ପଦର ସମସ୍ତ ଲାଭ କେନ୍ଦ୍ର ନେଉଥିଲା। ମୋଦୀ ସରକାର ୨୦୧୬ରେ ଏମ୍‌ଏମ୍‌ଡିଆର୍‌ ଆଇନରେ ସଂଶୋଧନ ଆଣି ପ୍ରଧାନମନ୍ତ୍ରୀ ଖଣିଜ ପଦାର୍ଥ କ୍ଷେତ୍ର କଲ୍ୟାଣ ଯୋଜନା ପ୍ରଚଳନ କଲେ। ଏହାଦ୍ୱାରା ଖଣି ସମ୍ପତ୍ତି ଲାଭାଂଶର ସର୍ବନିମ୍ନ ୨% ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ପାଣ୍ଠି ଗଠନ ହେଲା। ପରବର୍ତୀ ସମୟରେ କମ୍ପାନି ଆଇନରେ ସଂଶୋଧନ ଆଣି ସିଏସ୍‌ଆର ପାଣ୍ଠି ଜରିଆରେ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣ ଟଙ୍କା କେନ୍ଦ୍ରରୁ ଆସିଛି। ଓଡ଼ିଶା ସର୍ବାଧିକ ଲାଭାନ୍ୱିତ ହେଲା। ବିଜେଡି ସରକାରରେ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ଆସିଛି। ବିଜେଡି ଲାଭାନ୍ୱିତ ହେଲା, କିନ୍ତୁ ଓଡ଼ିଶାବାସୀ ଲାଭାନ୍ୱିତ ହେଲେ ନାହିଁ। ଲୋକଙ୍କ ସ୍ୱାର୍ଥରେ ଖର୍ଚ୍ଚ ନକରି ମୂଳତଃ ଠିକାଦାରଙ୍କୁ ପୋଷିବା ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି।

ଏମ୍‌ଏମ୍‌ଡିଆର୍‌ ଆଇନ କାର୍ଯ୍ୟକାରୀ ହେବା ପରେ ଓଡ଼ିଶା ସର୍ବାଧିକ ଲାଭାନ୍ୱିତ ହୋଇଛି 
ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ବିଜେଡି ମିଛ କୁହାଇଛି

ସେହିପରି ବିଜେଡି ଶାସନରେ ଏସ୍‌ଏଚ୍‌ଜି ମହିଳାଙ୍କୁ ସୁଧଯୁକ୍ତ ଋଣ ଦିଆଯାଉଥିଲା। ହେଲେ ବିଜେପି ସରକାରରେ ସୁଭଦ୍ରା ଯୋଜନାରେ ୨୧ରୁ ୬୦ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଧାନ କ୍ବିଣ୍ଟାଲ ପିଛା ୧୦୦ଟଙ୍କା ଦେବାକୁ ନବୀନ ବାବୁ ଘୋଷଣା କରିଥିଲେ, କାର୍ଯ୍ୟକାଳ ସରିଗଲା କିନ୍ତୁ ଦେଲେନି। ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାର ଚାଷୀଙ୍କୁ ଧାନ କ୍ବିଣ୍ଟାଲ ଉପରେ ୮୦୦ଟଙ୍କା ଇନପୁଟ୍ ସବ୍‌ସିଡି ଦେବାକୁ ଯାଉଛନ୍ତି। ଆଖି କାନ ବନ୍ଦ କରିଦେଲେ କିଛି ଦିଶିବ ନାହିଁ କି କିଛି ଶୁଭିବ ନାହିଁ । ଶାସନରୁ ବିଦା ହେବା ପରେ ବିଜେଡି ନିଜ ଆଖି ଓ କାନ ବନ୍ଦ କରିଦେଇଛି। ତେଣୁ ବିକାଶ ଦେଖାଯାଉନାହିଁ। ଗଣତନ୍ତ୍ରକୁ ରକ୍ତାକ୍ତ କରିଥିବା ବିଜେଡି ମୁହଁରେ ଗଣତନ୍ତ୍ରର ପରିଭାଷା ଶୋଭା ପାଉନାହିଁ। ବିଜେଡିର କଥା ଓ କାର୍ଯ୍ୟ ଭିତରେ ସବୁବେଳେ ଅସମାଞ୍ଜସ୍ୟ ରହିଆସିଛି। ବିଜେଡି ପ୍ରଥମେ ସୁସ୍ଥ ଗଣତନ୍ତ୍ରର ପରିଭାଷା ଶିଖି ପାଳନ କରୁ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe