ବିଜେଡି କଳି ବଢ଼ୁଛି: ନାଲି ଆଖିକୁ ଡରିଲେନି

Advertisment

ପ୍ରଥମେ ନାଲି ଆଖି ଦେଖାନ୍ତି। ତା’ ପରେ ନେତା ଓ କର୍ମୀଙ୍କୁ ଲଗାଇ ବଦନାମ କରାନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ କରାଇ ସେମାନଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣନ୍ତି। ଏତିକିରେ ନ ଦବିଲେ, ‌ଶେଷରେ ସରକାରୀ କଳର ଅପବ୍ୟବହାର କରାନ୍ତି।

ପ୍ରଥମେ ନାଲି ଆଖି ଦେଖାନ୍ତି। ତା’ ପରେ ନେତା ଓ କର୍ମୀଙ୍କୁ ଲଗାଇ ବଦନାମ କରାନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ କରାଇ ସେମାନଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣନ୍ତି। ଏତିକିରେ ନ ଦବିଲେ, ‌ଶେଷରେ ସରକାରୀ କଳର ଅପବ୍ୟବହାର କରାନ୍ତି।

ddfcvcvf

ଭୁବନେଶ୍ବର: ପ୍ରଥମେ ନାଲି ଆଖି ଦେଖାନ୍ତି। ତା’ ପରେ ନେତା ଓ କର୍ମୀଙ୍କୁ ଲଗାଇ ବଦନାମ କରାନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ କରାଇ ସେମାନଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣନ୍ତି। ଏତିକିରେ ନ ଦବିଲେ, ‌ଶେଷରେ ସରକାରୀ କଳର ଅପବ୍ୟବହାର କରାନ୍ତି। ଗତ କିଛି ବର୍ଷ ହେଲା ଏହା ଥିଲା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର କାର୍ଯ୍ୟ କରିବାର ତରିକା। କ୍ଷମତାରେ ଥିଲା ବେଳେ ନାଲି ଆଖି ଦେଖି ଅନ୍ୟ ନେତାମାନେ ଡରି ଯାଉଥିଲେ। ଏବେ ସ୍ଥିତି ବଦଳିଯାଇଛି। ନାଲି ଆଖି ଦେଖାଇ ନେତାମାନଙ୍କର ପାଣ୍ଡିଆନ ବିରୋଧୀ ମେଳିକୁ ଭାଙ୍ଗିବାକୁ ନବୀନ ଯେଉଁ ଉଦ୍ୟମ କରିଥିଲେ, ତାହା ଆପାତତଃ ସଫଳ ହୋଇନି। ବରଂ ନାଲି ଆଖି ନ ଦେଖାଇବାକୁ ବରିଷ୍ଠ ନେତାମାନେ ପରୋକ୍ଷରେ ସତର୍କ କରାଇ ଦେଇଛନ୍ତି। ଗତକାଲି ପ୍ରଭାତ ତ୍ରିପାଠୀ ଗଣମାଧ୍ୟମକୁ ଆସି ନବୀନଙ୍କ ମିଥ୍ୟା ମନ୍ତବ୍ୟର ପ୍ରତିବାଦ କରିଥିଲେ। ଆଜି ଦୁଇ ଜଣ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମୁହଁ ଖୋଲିବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି। 

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କଡ଼ା ଭାଷାରେ ଅସନ୍ତୋଷ ଝାଡ଼ି କହିଛନ୍ତି, କିଏ କାହାକୁ ନାଲି ଆଖି ଦେଖାଇ ପାରିବନି। କିଏ କେଉଁଠି ବସିବ, ତାହା ବ୍ୟକ୍ତିଗତ କଥା। ଆମର ବୟସ ହେଲାଣି। ଆମେ ଚାକିରି କରିନୁ। ଆମେ ହୋଟେଲରେ ବସି ପାରିବୁନି ବୋଲି କହିବା ଠିକ୍ ହେଲାନି। ସେ ଆହୁରି କହିଛନ୍ତି, ଭିକେ ପାଣ୍ଡିଆନ ଏବେ ବି ଦଳର ସବୁ କାମ ବୁଝୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ବୁଝୁନାହାନ୍ତି ବୋଲି ନିଜେ ଆସି ଗଣମାଧ୍ୟମରେ କହି ଦେଉନାହାନ୍ତି? ସେ ନିଜେ କହିଦେଲେ ସବୁ ସ୍ପଷ୍ଟ ହୋଇଯିବ। 

ସେହିପରି ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି, ଶଙ୍ଖ ଭବନରେ ଆମେ ଅନେକ ବୈଠକ କରିଛୁ। ସବୁ ଦଳୀୟ ବୈଠକ ସେଠାରେ ହୁଏ। କିନ୍ତୁ ବାହାରେ କେଉଁଠି ବସିବା କି କଥାବାର୍ତ୍ତା କରିବାରେ ଅସୁବିଧା କ’ଣ? ଆମେ କାଲି ସକାଳ ଜଳଖିଆ ଖାଇବାକୁ ହୋଟେଲ୍‌ ଯାଇଥିଲୁ। ରାଜନୈତିକ ଲୋକ ଏକାଠି ବସିଲେ ଜନୀତି ଚର୍ଚ୍ଚା ହିଁ ହେବ। ତେଣୁ କିଛି ରାଜନୈତିକ ଆଲୋଚନା ହୋଇଥିଲା। ଆମେ କେଉଁଠି ବସିବୁ ଉଠିବୁ, ସେଥି ପାଇଁ କ’ଣ ସଭାପତିଙ୍କ ଅନୁମତି ନେବୁ? 

କିଏ କାହାକୁ ଆଉ ନାଲି ଆଖି ଦେଖାଇପାରିବେନି: ପ୍ରଫୁଲ୍ଲ 
କେଉଁଠି ବସିବୁ, କ’ଣ ସଭାପତିଙ୍କ ଅନୁମତି ନେବୁ: ନୃସିଂହ
ଅସନ୍ତୋଷ ତେଜୁଛି, ପ୍ରଭାବୀ ହେଉନି ଯୁବ ନେତାଙ୍କ ‘ରିଲ୍‌ସ’

ଏହି ଦୁଇ ନେତା ଆଗକୁ ଆସି ବିଷୋଦଗାର କରିଥିବାବେଳେ ଅନ୍ୟ କିଛି ବରିଷ୍ଠ ନେତାଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସଭାପତି ମୂଳ ପ୍ରସଙ୍ଗ ୱକଫ୍‌ ବିଲ୍‌ ଉପରେ ମତାମତ ନ ରଖି କେବଳ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଆଗକୁ ଆସିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ପାଣ୍ଡିଆନଙ୍କ ପାଇଁ ଦଳ ଏତେ ଦଶା ଭୋଗିଲା ପରେ ବି ସଭାପତି ବାରମ୍ବାର ତାଙ୍କୁ ପ୍ରଶଂସାରେ ପୋତି ପକାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରୁଛି। ପାଣ୍ଡିଆନ ଦଳରେ ନାହାନ୍ତି, ଏହା ସତ୍ୟ। କିନ୍ତୁ ଦଳୀୟ ବ୍ୟାପାର କିଛି ବୁଝୁନାହାନ୍ତି ବୋଲି କହିବା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ନେତାମାନେ କହିଛନ୍ତି। ପୁଣି ପାଣ୍ଡିଆନ ସୁନାମୁଣ୍ଡା ବୋଲି ଦେଖାଇବାକୁ ଯାଇ ନିଜ ଦଳର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ପ୍ରତି ନବୀନଙ୍କ ଆକ୍ଷେପକୁ ଦଳୀୟ ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ନେଇ ଆଗାମୀ ଦିନରେ ଏକ ବଡ଼ଧରଣର ବିଦ୍ରୋହ ମୁଣ୍ଡ ଟେକିବାର ଆଶଙ୍କା ସୃଷ୍ଟି ହେଲାଣି।

ଅନ୍ୟପଟେ ୱକଫ୍‌ ବିଲ୍‌ ପ୍ରସଙ୍ଗରୁ ଆରମ୍ଭ ହୋଇଥିବା ମହାଭାରତରେ ବିଜେଡି ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ନେତା ଓ କର୍ମୀମାନଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି। ସଭାପତିଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଥିବାରୁ ତାହାକୁ ସଜାଡ଼ିବା ପାଇଁ ବିଜେଡିର ଯୁବ ଓ ଛାତ୍ରବାହିନୀଙ୍କୁ ‘ରିଲ୍‌ସ‌’ କରିବାକୁ କୁହାଯାଇଛି। କିନ୍ତୁ ସାମାଜିକ ଗଣମାଧ୍ୟମରେ ତାହା ସେତେଟା ଆଖିଦୃଶିଆ ଓ ପ୍ରଭାବୀ ହୋଇପାରୁନି। ରାଜନୈତିକ ସମୀକ୍ଷକମାନଙ୍କ କହିବା ଅନୁଯାୟୀ ‘ରିଲ୍‌ସ‌’ କରୁଥିବା ଯୁବ ‌ନେତାମାନେ ବିଜେଡିରେ ଥିଲେ ଓ ଏବେ ବି ଅଛନ୍ତି। ତେଣୁ ସେମାନେ ନବୀନଙ୍କ ସହ ପୂର୍ବରୁ ରହିଆସିଥିଲା ବେଳେ ଏବେ ପୁଣି ଥରେ ‘ଆଇ ଆମ୍‌ ଉଇଥ୍‌ ନବୀନ ପଟ୍ଟନାୟକ’ କହିବା କ’ଣ ଦରକାର ପଡ଼ିଲା? ନିଶ୍ଚିତ ଭାବେ ଦଳ ଭିତରେ ବଡ଼ଧରଣର ଗଡ଼ବଡ଼ ହୋଇଥିବାରୁ ସାମାଜିକ ଗଣମାଧ୍ୟମର ସାହାରା ନେବାକୁ ପଡ଼ିଲା ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe