ବିଜେଡି ମିଛ କହୁଛି:ମେଟ୍ରୋ ପ୍ରକଳ୍ପକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ବିଜେଡି ମିଛ କହୁଛି। ଆମେ କହିଛୁ କେନ୍ଦ୍ରର ସହାୟତାରେ ମେଟ୍ରୋ କରାଯିବ। ସେଥିପାଇଁ କମିଟି ନିଷ୍ପତ୍ତି ନେଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି....

BJD is lying: Departmental Minister's response on Metro project

BJD is lying: Departmental Minister's response on Metro project Photograph: (sambad.in)

ଭୁବନେଶ୍ବର: ବିଜେଡି ମିଛ କହୁଛି। ଆମେ କହିଛୁ କେନ୍ଦ୍ରର ସହାୟତାରେ  ମେଟ୍ରୋ କରାଯିବ। ସେଥିପାଇଁ କମିଟି ନିଷ୍ପତ୍ତି ନେଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।

ଏହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଦାୟିତ୍ୱ ଦେଇଛନ୍ତି। ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ମେଟ୍ରୋର ଆବଶ୍ୟକତା ଅଛି। ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ବଢିଛି। ଏହାର ସମାଧାନ ପାଇଁ ନିଷ୍ପତ୍ତି ହୋଇଛି। କଳ୍ପନା ପାଖରୁ ନନ୍ଦନକାନନକୁ ଯାଇଥିବା ରାସ୍ତାକୁ ପ୍ରଥମେ ଓଭର ବ୍ରିଜ ନିର୍ମାଣ ହେବ। ବୃହତ ଭୁବନେଶ୍ୱର ପାଇଁ ଏହି ଯୋଜନା ହୋଇଛି। ଏହା ପରେ ମେଟ୍ରୋ ନିଷ୍ପତ୍ତି ହେବ।  ତର ତର ହେଲେ ହେବ ନାହିଁ। ଏହା ଦୀର୍ଘ ସ୍ଥାୟୀ। ସେଥିପାଇଁ ପୁରା ଟିମ୍ ଲାଗିଛି। ଲୋକଙ୍କ ଉପଯୋଗୀ ହେବ ସେ ନିଷ୍ପତ୍ତି କମିଟି ନେବ ବୋଲି ମନ୍ତ୍ରୀ କହିଛନ୍ତି।

ଏନେଇ ବିଜେଡି ନେତା ପ୍ରତାପ କେଶରୀ ଦେବ କହିଛନ୍ତି, ଭୁବନେଶ୍ୱରକୁ ପ୍ରଗତିଶୀଳ କରିବା ପାଇଁ ମେଟ୍ରୋର ବ୍ୟବସ୍ଥା କରିଥିଲେ ନବୀନ ସରକାର। ନିଜସ୍ୱ ବଜେଟରେ ନବୀନ ପଟ୍ଟନାୟକ ଆଗକୁ ବଢିଥିଲେ। ଅଢେଇ ବର୍ଷରେ ଡିପିଆର ଓ ଅନ୍ୟାନ କାମ ସରିଥିଲା। ହେଲେ ବିଜେପି ସରକାର ଏହାକୁ ବାତିଲ କରିଦେଲେ।କାରଣ ଏହାକୁ ପୂର୍ବ ସରକାର କରିଥିଲେ। ପୁଣି ଆପଣ ଏବେ ଡିପିଆର କରିବେ, ଟେଣ୍ଡର କରିବେ।

ଏମିତିରେ ୫ ବର୍ଷ ଲାଗିଯିବ। ଏହା ଦ୍ବାରା ଓଡ଼ିଶା ଓ ଭୁବନେଶ୍ୱରର କ୍ଷତି ହେଲା । ଏହା  ଦୁଃଖ ଦାୟକ କଥା। ଏହି ୫ ବର୍ଷରେ କିଛି ଭଲ କାମ ହୋଇ ପାରିବ ନାହିଁ। ଏଥିରେ ରାଜ୍ୟର ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି, ଏଥିପାଇଁ ଦାୟୀ କିଏ।

 krushna chandra mahapatra | Pratap Keshari Deb

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe