ଧାମନଗର ଫଳାଫଳ ନେଇ ବିଜୁ ଜନତା ଦଳ ଆ‌ଦୌ ବିଚଳିତ ନୁହେଁ : ନବୀନ

ଧାମନଗର ଫଳାଫଳ ନେଇ ବିଜୁ ଜନତା ଦଳ ଆ‌ଦୌ ବିଚଳିତ ନୁହେଁ : ନବୀନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି। ଧାମନଗରର ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ । ଉପନିର୍ବାଚନରେ ତାଙ୍କ ପୁଅକୁ ଟିକଟ ଦିଆଯାଇଥବାରୁ ସେ ଜିତିଲେ, ଏଥିରେ ବିଜୁ ଜନତା ଦଳ ଆ‌ଦୌ ବିଚଳିତ ନୁହେଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ନବୀନ କହିଛନ୍ତି, ୨୦୨୪ ନିର୍ବାଚନରେ ମଧ୍ୟ ବିଜେଡି ଜିତି ସରକାର ଗଢ଼ିବ। କାହିକିଁନା ଆମେ ଲୋକଙ୍କ ସହ ରହିଛୁ, ସେମାନଙ୍କ ସୁବିଧାଅସୁବିଧାରେ ପାଖରେ ଛିଡ଼ାହୋଇଛୁ ।

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ୨୫ ବର୍ଷ ଶାସନର ରେକର୍ଡ ଭାଙ୍ଗିବା ନେଇ ବରିଷ୍ଠ ସାମ୍ବାଦିକ ତଥା ‘ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ’ର ସଂପାଦକୀୟ ପରାମର୍ଶଦାତା ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ‘ଆମେ ଲୋକଙ୍କ ସହିତ ଅଛୁ । ଆମେ ଆଗାମୀ ୨୦୨୪ରେ ପୁଣି ନିର୍ବାଚନ ଜିତିବୁ । ଏଥିସହିତ ଶିକ୍ଷା,ସ୍ବାସ୍ଥ୍ୟ, କ୍ରୀଡା ଓ ମହିଳା ଶସସ୍ତୀକରଣ ଦିଗରେ ଓଡ଼ିଶା ବେଶ୍ ଅଗ୍ରଗତି କରିଛି । ଯେତେବେଳେ ୨୦୦୦ ମସିହାରେ ସରକାରକୁ ଆସିଲି ସେତେବେଳେ ରାଜ୍ୟ ବଜେଟ ଥିଲା ୫ ହଜାର କୋଟି । ଏବେ ୨୦୨୨ରେ ଏହା  ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏପରିକି ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦେଖିଥିବା ବେଳେ ଏହାକୁ ଆମେ ସାମ୍ନା କରି ସଫଳ ହୋଇଛୁ । ମୁଖ୍ୟତଃ ଓଡ଼ିଶାର ବିକାଶ ହିଁ  ମୋର ଏକମାତ୍ର ଲକ୍ଷ୍ୟ ବୋଲି ‘ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ସାହିତ୍ୟ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe