ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ: ୧ କୋଟି ସଭ୍ୟଙ୍କୁ କରାଯିବ ସାମିଲ

ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ: ୧ କୋଟି ସଭ୍ୟଙ୍କୁ କରାଯିବ ସାମିଲ

ଭୁବନେଶ୍ୱର: ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବାକୁ ତଥା ଦଳୀୟ ସଦସ୍ୟଙ୍କ ସଂଖ୍ୟା ଦୁଇ ଗୁଣା କରିବାକୁ ସୋମବାର ବିଧିବଦ୍ଧ ଭାବେ  ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଆଜିଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଦଳ ନୂଆ ସଭ୍ୟ ସଂଗ୍ରହ କରିବ । ଛାତ୍ର, ମହିଳା ଓ ଯୁବକଙ୍କୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସଭ୍ୟ ସଂଗ୍ରହ ଅଭିଯାନରେ ଫାଇଭ-ଟିର ଉପଯୋଗ କରିବାକୁ ନିଷ୍ପତ୍ତି ବିଜେଡି ନେଇଛି । ଏହି କ୍ରମରେ ଦଳରେ ସାମିଲ ହେଉଥିବା ପ୍ରତି ସଦସ୍ୟଙ୍କ  ଆଧାର ଲିଙ୍କ କରାଯିବ । ସମସ୍ତ ସଦସ୍ୟଙ୍କ ନାଁ ବିଜେଡି ୱେବ ସାଇଟ୍‌ରେ ଉପଲବ୍ଧ ହେବ। ସେପଟେ ସଦସ୍ୟ ସଂଗ୍ରହ ପାଇଁ ଦଳ ନୂଆ ଫର୍ମୁଲା ତିଆରି କରାଯାଇଛି । ଚଳିତ ଥର ଅଫ୍‌ ଲାଇନ୍‌ ସହ ଅନଲାଇନରେ  ବି ବିଜେଡି ସଭ୍ୟ ସଂଗ୍ରହ କରିବ। ପ୍ରାୟ ୧ କୋଟି ସଭ୍ୟ ସଂଗ୍ରହ ଲାଗି ଦଳ ଲକ୍ଷ୍ୟ ରଖିଛି। ପ୍ରତି ୱାର୍ଡରୁ ୪ ଜଣ ସକ୍ରିୟ ସଦସ୍ୟ, ପ୍ରତି ଏନଏସିରୁ ୫ ଜଣ ସକ୍ରିୟ ସଦସ୍ୟ ହେବେ, ମ୍ୟୁନିସିପାଲଟି ସ୍ତରରେ ୧୫ ଜଣ ଓ ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ପ୍ରତି ସକ୍ରିୟ ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ । ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ। ବର୍ତମାନ ବିଜେଡିର ୪୭ ଲକ୍ଷ ସଦସ୍ୟ ଥିବା ବେଳେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏହାର ଦୁଇ ଗୁଣା ସଦସ୍ୟ ସଂଗ୍ରହ କରିବା ପାଇଁ ଟାର୍ଗେଟ ରଖାଯାଇଛି ।

publive-image

ଏହି ଅଭିଯାନ ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଯାହାର ଆବାହକ ବିଧାୟକ ଦେବୀ ପ୍ରସାଦ ମିଶ୍ର ଅଛନ୍ତି। ତାଙ୍କ ନେତୃତ୍ୱରେ କମିଟି ଅଭିଯାନକୁ ରାଜ୍ୟର ତୃଣମୂଳ ସ୍ତରରେ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳର ବିଭିନ୍ନ ୱାର୍ଡରେ ଲୋକଙ୍କୁ ଦଳ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe