ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ୨୭୭ ଜୋନ୍‌ରେ ବିଜେଡି ଆଗରେ

ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ୨୭୭ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ ମିଳିଛି। ସନ୍ଧ୍ୟା ୫ଟା ସୁଦ୍ଧା  ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ବିଜେଡି ୨୭୭ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି। ଅପରପକ୍ଷରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ବିଜେପି ମାତ୍ର ୨୨ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବାର ସୂଚନା ମିଳିଛି। ଏଣେ କଂଗ୍ରେସ ୧୯ଟି ଓ ସ୍ବାଧୀନ ପ୍ରାର୍ଥୀ ୧୪ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାଯାଇଛି। ଅନ୍ୟମାନେ ୫ଟି ଜୋନରେ ଆଗୁଆ ରହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ ଅନୁଗୁଳରେ ବିଜେଡି ୭, ବିଜେପି ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ରେ ଆଗୁଆ ରହିଛି। ବାଲେଶ୍ୱରରେ ବିଜେଡି ୧୩ରେ ଆଗୁଆ ରହିଛି। ବରଗଡ଼ରେ ବିଜେଡି ୯ ଓ ବିଜେପି ୩ଟି ଜୋନରେ ଆଗୁଆ ଥିବା ବେଳେ ଭଦ୍ରକର ସମସ୍ତ ୭ଟି ଜୋନରେ ବିଜେଡି ଆଗୁଆ ରହିଛି। ବଲାଙ୍ଗୀରରେ ୧୪ଟିରୁ ୧୨ ବିଜେଡି ଓ ୨ଟିରେ ବିଜେପି ଆଗୁଆ ରହିଛି। ବୌଦ୍ଧ ଜିଲ୍ଲାରେ ବିଜେଡି ୨ଟି ଓ ବିଜେପି ଗୋଟିଏ ଜୋନରେ ଅଗ୍ରଣୀ ଲାଭ କରିଛି।

ସେହିପରି କଟକ ଜିଲ୍ଲାରେ ୧୨ଟିରେ ବିଜେଡିକୁ ବିଜେପି ଓ କଂଗ୍ରେସକୁ ଗୋଟିଏ ଲେଖାଏଁ ଅଧିକ ଭୋଟ ମିଳିଛି। ଦେବଗଡ଼ରେ ୩ଟିରେ ବିଜେଡି ଓ ଗୋଟିଏରେ ବିଜେପି ଆଗୁଆ ରହିଛି। ଢେଙ୍କାନାଳରେ ୭ଟିରେ ବିଜେଡି ଓ ଗୋଟିଏରେ ବିଜେଡି ଆଗୁଆ ରହିଛି। ଗଜପତିରେ ୫ଟିରେ ବିଜେଡି ଓ ୨ଟିରେ କଂଗ୍ରେସ ଅଗ୍ରଣୀ ରହିଛି।

ଗଂଜାମ ଜିଲ୍ଲାରେ ବିଜେଡିକୁ ୨୧ ଓ ବିଜେପିକୁ ଗୋଟିଏ, ଜଗତସିଂହପୁରରେ ବିଜେଡିକୁ ୮ଟି, ଯାଜପୁରରେ ବିଜେଡିକୁ ୧୦, ଝାରସୁଗୁଡ଼ାରେ ବିଜେଡିକୁ ୫, କଳାହାଣ୍ଡିରେ ବିଜେଡିକୁ ୧୦ ଓ ବିଜେପିକୁ ୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ଆଗୁଆ ଥିବା ଦେଖିବାକୁ ମିଳିଛି। କନ୍ଧମାଳରେ ବିଜେଡିକୁ ୯, ବିଜେପିକୁ ଗୋଟିଏ ଓ କଂଗ୍ରେସ ୨ଟି ଜୋନ୍‌ରେ ଆଗୁଆ ରହିଛି। କେନ୍ଦୁଝରରେ ୧୨ଟି ବିଜେଡି, ଗୋଟିଏରେ ବିଜେପି ଆଗୁଆ ଥିବା ବେଳେ ଖୋର୍ଦ୍ଧାରେ ୭ଟିରେ ବିଜେଡି ଓ ୩ଟିରେ ବିଜେପି ଆଗୁଆ ରହିଛି। କୋରାପୁଟରେ ୮ଟିରେ ବିଜେପି, ୫ଟିରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି।

ସେହିପରି ମାଲକାନଗିରି ଜିଲ୍ଲାରେ ୭ଟିରେ ବିଜେଡି, ମୟୂରଭଂଜରେ ୨୩ଟିରେ ବିଜେଡି, ଅନ୍ୟ ଦଳକୁ ୩ଟିରେ ଆଗୁଆ ଦେଖିବାକୁ ମିଳୁଛି। ନବରଂଗପୁରରେ ୮ଟିରେ ବିଜେଡି, ଗୋଟିଏରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି। ନୟାଗଡ଼ରେ ୮ଟିରେ ବିଜେଡି, ନୂଆପଡ଼ରେ ୫ଟିରେ ବିଜେଡି, ପୁରୀରେ ୧୧ଟିରେ ବିଜେଡି, ରାୟଗଡ଼ାରେ ବିଜେଡି ୬ ଓ କଂଗ୍ରେସ ୫ଟି ଜୋନ୍‌ରେ ଆଗୁଆ ରହିଛି। ସମ୍ବଲପୁରରେ ବିଜେଡି ୮, ବିଜେପି ଗୋଟିଏରେ ଆଗୁଆ ରହିଛି। ସୁବର୍ଣ୍ଣପୁରରେ ବିଜେଡି ୬ଟିରେ ଆଗୁଆ ଥିବା ବେଳେ ସୁନ୍ଦରଗଡ଼ରେ ବିଜେଡି ୧୫ ଓ ଅନ୍ୟ ଦଳ ୨ଟିରେ ଆଗୁଆ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe