ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ ମିଳିଛି। ରାତି ୧୦ଟା ୪୫ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ବିଜେଡି ୨୮୧ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି। ଅପରପକ୍ଷରେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ରହିଛି। କଂଗ୍ରେସ ୧୬ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବାର ସୂଚନା ମିଳିଛି। ଏଣେ ବିଜେପି ୧୩ଟି ଓ ସ୍ୱାଧୀନ ପ୍ରାର୍ଥୀ ୨ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାଯାଇଛି। ଅନ୍ୟମାନେ ୫ଟି ଜୋନରେ ଆଗୁଆ ରହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us