ଭଦ୍ରକ: ୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଆଗୁଆ

Advertisment
ପଞ୍ଚାୟତ ଭୋଟ ଗଣତି: ଅନୁଗୁଳରେ ବିଜେଡି-ବିଜେପି କଡ଼ା ମୁକାବିଲା

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ଧାମନଗର ଓ ଭଣ୍ଡାରିପୋଖରୀ ଆଦି ୫ଟି ନିର୍ବାଚନମଣ୍ଡଳୀର ୭ଟି ଜିଲ୍ଲାପରିଷଦ ଜୋନ ଓ ୫୩ଟି ପଞ୍ଚାୟତରେ ଆଜି ଭୋଟ ଗଣତି ହେଉଛି। ସନ୍ଧ୍ୟା ସୁଦ୍ଧା ଭୋଟ ଗଣତି ଜାରି ରହିଛି। ରାତି ଯାଏଁ ଭୋଟ ଗଣତି ଜାରି ରହିବ। ଚାନ୍ଦବାଲି ବ୍ଲକ।୧ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକଙ୍କୁ ୩୯୬୨ ଓ  ବିଜେପି ପ୍ରାର୍ଥୀଙ୍କୁ ୩୦୪୨ ଖଣ୍ଡ ‌ଭୋଟ ମିଳିଛି। ରାକେଶ ନାୟକ ୯୨୦ ଭୋଟ୍‌ରେ ଆଗୁଆ ଅଛନ୍ତି।  ତିହିଡ଼ି ବ୍ଲକ ୬ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ରୁଜାତା ପଣ୍ଡା ୩୪୪୮ ଖଣ୍ଡ ଭୋଟ ପାଇଥିବା ବେଳେ  ବିଜେପି ପ୍ରାର୍ଥୀଙ୍କୁ ୨୭୧୫ ଖଣ୍ଡ ଭୋଟ ମିଳିିଛି। ‌ଶ୍ରୀମତୀ ପଣ୍ଡା ୭୩୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ଧାମନଗର ବ୍ଲକ ୧୦ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଟୁନିବାଳା ବିଶ୍ଵାଳ ୩୯୯୨ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀଙ୍କୁ ୩୧୨୯ ଖଣ୍ଡ ଭୋଟ ମିଳିଛି। ‌ଶ୍ରୀମତୀ ବିଶ୍ବାଳ ୮୬୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ବନ୍ତ ବ୍ଲକ ୧୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ରୁନିତା ଦାସ ୫୭୬୪ ଓ କଂଗ୍ରେସ ପ୍ରାର୍ଥୀ ୨୫୩୬ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ୩୨୨୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।  ବାସୁଦେବପୁର ୧୭ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଜୟନ୍ତୀ ବାରିକ ୨୯୨୮ ଭୋଟ ପାଇଥିବା ବେଳେ ବିଜେପିକୁ ୧୬୨୬ ଖଣ୍ଡ ଭୋଟ ମିଳିଛି। ‌ଶ୍ରୀ ବାରିକ ୧୩୦୨ ଭୋଟରେ ଆଗୁଆ ଅଛନ୍ତି।

ଭଣ୍ଡାରୀପୋଖରୀ ୨୨ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ରାଉତ ୪୦୧୪ ଓ  କଂଗ୍ରେସ ୨୯୬୩ ଖଣ୍ଡ ଭୋଟ ପାଇଛି। ଏଠାରେ ବିଜେଡି ୧୦୫୧ ଭୋଟରେ ଆଗୁଆ ରହିଛି।  ଭଦ୍ରକ ୨୫ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରତିମା ଜେନା ୫୪୯୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିକୁ ୩୧୧୦ ଖଣ୍ଡ ଭୋଟ ମିଳିଛି। ପ୍ରତିମା ୨୩୮୦ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe