ଗଜପତି ଜିଲ୍ଲାର ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଆଗୁଆ, ୩ଟିରେ କଂଗ୍ରେସ

ଗଜପତି ଜିଲ୍ଲାର ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଆଗୁଆ, ୩ଟିରେ କଂଗ୍ରେସ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ଦେଖାଯାଉଛି। ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି ଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ବିଜେଡି ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ଆଗୁଆ ଥିବା ବେଳେ ତିନୋଟି ଜୋନ୍‌ରେ କଂଗ୍ରେସ ଆଗୁଆ ରହିଛି। ରିପୋର୍ଟ ଅନୁସାରେ ଗଜପତି ଜିଲ୍ଲାର ୧୪ଟି ଜୋନ୍‌ ମଧ୍ୟରୁ କାଶୀନଗର ଜୋନ୍ ନମ୍ୱର-୧ରେ କଂଗ୍ରେସକୁ୨୩୬, ବିଜେପିକୁ ୧୩୭୧ ଓ ବିଜେଡିକୁ ୧୬୮୦ ଖଣ୍ଡ ଭୋଟ ମିଳିଛି। ସେହିପରି  ଗୁମ୍ମା ବ୍ଲକ ଜୋନ୍ ନମ୍ୱର-୩ରେ କଂଗ୍ରେସକୁ ୨୪୦୮, ବିଜେପିକୁ ୫୮ ଓ ବିଜେଡିକୁ ୧୫୦୧ ଖଣ୍ଡ ଭୋଟ୍‌ ମିଳିଛି।

ନୂଆଁଗଡ ବ୍ଲକ ଜୋନ୍ ନମ୍ୱର-୫ରେ କଂଗ୍ରେସକୁ ୩୭୮୧, ବିଜେପିକୁ ୧୩୫୬ ଓ ବିଜେଡିକୁ ୨୨୫୬ ଖଣ୍ଡ ଭୋଟ୍‌ ମିଳିଛି।  ଗୋଷାଣୀ ବ୍ଲକ ଜୋନ୍ ନମ୍ୱର-୬ରେ କଂଗ୍ରେସକୁ ୯୦, ବିଜେପିକୁ ୯୫୧ ଓ ବିଜେଡିକୁ ୧୨୬୭ ଖଣ୍ଡ ଭୋଟ ମିଳିଛି। ମୋହନା ବ୍ଲକରେ ଜୋନ୍ ନମ୍ୱର-୮ରେ କଂଗ୍ରେସକୁ ୩୧୪୨, ବିଜେପିକୁ ୭୨୪ ଓ ବିଜେଡିକୁ ୪୧୩୨ଖଣ୍ଡ ଭୋଟ ମିଳିଛି।

ସେହିପରି  ରା. ଉଦୟଗିରି ବ୍ଲକ ଜୋନ୍ ନମ୍ୱର-୧୧ରେ କଂଗ୍ରେସକୁ ୨୧୫୬, ବିଜେପିକୁ ୧୧୧୨ ଓ ବିଜେଡିକୁ ୨୧୩୪ଖଣ୍ଡ ଭୋଟ ମିଳିଛି।  ରାୟଗଡା ବ୍ଲକ ଜୋନ୍ନ ନମ୍ୱର-୧୩ରେ କଂଗ୍ରେସକୁ ୧୫୮୭, ବିଜେପିକୁ ୧୭୨୬ ଓ ବିଜେଡିକୁ ୨୪୬୧ ଖଣ୍ଡ ଭୋଟ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe