ଜିଲ୍ଲା ପରିଷଦ ନିର୍ବାଚନ: ୫୫୨ ଜୋନ୍‌ରେ ବିଜେଡି ଆଗୁଆ; ୩୧ରେ ବିଜେପି, ୨୯ରେ କଂଗ୍ରେସ

ଗଜପତିରେ ଦ୍ବିତୀୟ ଦିନ ଗଣତି ଜାରି: ୪ଟି‌ ଜୋନ୍‌ରେ ବିଜେଡି; କଂଗ୍ରେସ-ବିଜେପି ଗୋଟିଏ ଲେଖାଏଁ ଆଗରେ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ହୋଇଥିବା ଭୋଟ୍‌ ଗଣତିର ପ୍ରଥମ ଦିନର ଫଳାଫଳ ଆସିଛି। ଦ୍ୱିତୀୟ ଦିନରେ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୮୫୧ରୁ ୬୨୦ଟି ଜୋନ୍‌ର ଟ୍ରେଣ୍ଡ ଆସିଛି। ଏଥିରେ ବିଜୁ ଜନତା ଦଳ ୫୫୨ଟି ଜୋନ୍‌ରେ ବିଜୟ ଅଥବା ଆଗୁଆ ରହିଛି। ଭାରତୀୟ ଜନତା ପାର୍ଟି ୩୧ଟି ଜୋନ୍‌ରେ ଓ କଂଗ୍ରେସ ୩୦ଟି ଜୋନ୍‌କୁ ଦଖଲ କରିଛି। ଅପରପକ୍ଷେ ସ୍ୱାଧୀନ ପ୍ରାର୍ଥୀ ୩ଟି ଜୋନ୍‌ରେ ଓ ଅନ୍ୟମାନେ ୪ଟି ଜୋନ୍‌ରେ ଆଗୁଆ ଅଛନ୍ତି।

ରାତି ୧୧ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ଅନୁଗୁଳରେ ବିଜେଡି ୧୫, ବିଜେପି ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ରେ ଆଗୁଆ ରହିଛି। ବାଲେଶ୍ୱରରେ ବିଜେଡି ୨୨ଟି, ବିଜେପି ୪ ଓ କଂଗ୍ରେସ ଗୋଟିଏରେ ଆଗୁଆ ରହିଛି। ବରଗଡ଼ରେ ବିଜେଡି ୧୯ ଓ ବିଜେପି ୪ଟି ଜୋନରେ ଆଗୁଆ ଥିବା ବେଳେ ଭଦ୍ରକର ସମସ୍ତ ୧୬ଟି ଜୋନରେ ବିଜେଡି ଆଗୁଆ ରହିଛି। ବଲାଙ୍ଗୀରରେ ୨୩ଟି ଜୋନ୍‌ରେ ବିଜେଡି, ୪ଟିରେ ବିଜେପି ଓ ୨ଟିରେ କଂଗ୍ରେସ ଆଗୁଆ ରହିଛି। ବୌଦ୍ଧ ଜିଲ୍ଲାରେ ବିଜେଡି ୪ଟି ଓ ବିଜେପି ୨ଟି ଜୋନରେ ଅଗ୍ରଣୀ ଲାଭ କରିଛି।

ସେହିପରି କଟକ ଜିଲ୍ଲାରେ ୨୩ଟିରେ ବିଜେଡି ଓ କଂଗ୍ରେସ ଗୋଟିଏ ଜୋନ୍‌ରେ ଆଗୁଆ ରହିଛି। ଦେବଗଡ଼ରେ ବିଜେଡି ୬ ଢେଙ୍କାନାଳରେ ୧୫ଟିରେ ଆଗୁଆ ରହିଛି। ଢେଙ୍କାନାଳରେ ବିଜେପି ଗୋଟିଏ ଜୋନ୍‌ଷର ଆଗୁଆ ରହିଛି। ଗଜପତିରେ ୫ଟିରେ ବିଜେଡି ଓ ୨ଟିରେ କଂଗ୍ରେସ ଅଗ୍ରଣୀ ରହିଛି। ଗଜପତିରେ ବିଜେଡିକୁ ୧୦, ବିଜେପିକୁ ଗୋଟିଏ ଓ କଂଗ୍ରେସକୁ ୨ଟି ଜୋନରେ ଆଗୁଆ ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲାରେ ବିଜେଡି ୪୩, ବିଜେପି ଗୋଟିଏ ଓ କଂଗ୍ରେସ ୨ଟି ଆସନରେ ଆଗୁଆ ଅଛି। ଜଗତସିଂହପୁରରେ ବିଜେଡି ୧୬, ଯାଜପୁରରେ ୨୨, ଝାରସୁଗୁଡ଼ାରେ ୮ଟିରେ ଆଗୁଆ ରହିଛି।

ବିଜେଡି କଳାହାଣ୍ଡିରେ ୨୩, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୨୪, ଖୋର୍ଦ୍ଧାରେ ୧୭, କୋରାପୁଟରେ ୧୫, ମାଲକାନଗିରିରେ ୧୦, ମୟୂରଭଂଜରେ ୪୩, ନବରଂଗପୁରରେ ୧୩, ନୟାଗଡ଼ରେ ୧୪, ନୂଆପଡ଼ାରେ ୧୦, ପୁରୀରେ ୨୧, ରାୟଗଡ଼ାରେ ୧୪, ସମ୍ବଲପୁରରେ ୧୬, ସୁବର୍ଣ୍ଣପୁରରେ ୧୦ ଓ ସୁନ୍ଦରଗଡ଼ରେ ୩୨ଟି ଜୋନରେ ଆଗୁଆ ରହିଛି।

ବିଜେପି କଳାହାଣ୍ଡିରେ ୨, କନ୍ଧମାଳରେ ୨, କେନ୍ଦୁଝରରେ ଗୋଟିଏ, ଖୋର୍ଦ୍ଧାରେ ୩, ପୁରୀରେ ଗୋଟିଏ, ସମ୍ବଲପୁରରେ ୨, ସୁବର୍ଣ୍ଣପୁରରେ ଗୋଟିଏ ଓ ସୁନ୍ଦରଗଡ଼ରେ ଗୋଟିଏ ଜୋନରେ ଆଗୁଆ ରହିଛି। ସେହିପରି କଂଗ୍ରେସକୁ କଳାହାଣ୍ଡିରେ ଗୋଟିଏ, କନ୍ଧମାଳରେ ୩, କେରାପୁଟରେ ୧୧, ମାଲକାନଗିରିରେ ୨, ନବରଂଗପୁରରେ ଗୋଟିଏ, ରାୟଗଡ଼ାରେ ୬ ଓ ସୁବର୍ଣ୍ଣପୁରରେ ଗୋଟିଏରେ ଆଗୁଆ ଅଛି। ଅନ୍ୟମାନେ ମୟୂରଭଂଜରେ ୩ ଓ ସୁନ୍ଦରଗଡ଼ରେ ଗୋଟିଏ ଜୋନରେ ଆଗୁଆ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe