ପରିବା କିଣିବା ବେଳେ ହଠାତ୍ ଅସୁସ୍ଥ ହେଲେ ବିଜେଡି ନେତା, ଡାକ୍ତରଖାନାରେ ମୃତ୍ୟୁ ଘୋଷଣା

Advertisment
ପରିବା କିଣିବା ବେଳେ ହଠାତ୍ ଅସୁସ୍ଥ ହେଲେ ବିଜେଡି ନେତା, ଡାକ୍ତରଖାନାରେ ମୃତ୍ୟୁ ଘୋଷଣା

ପାତ୍ରପୁର: ଗଂଜାମ ଜିଲ୍ଲା ଚିକିଟି ନିର୍ବାଚନମଣ୍ଡଳୀର ବିଜେଡି ନେତା ପ୍ରକାଶ ଚନ୍ଦ୍ର ଦାସଙ୍କ ଅକାଳ ବିୟୋଗ ଘଟିଛି। ଗତକାଲି (ଜ‌ାନୁଆରି ୫)ସେ କୌଣସି କାମରେ ଶେରଗଡ଼ ଯାଇ ବ୍ରହ୍ମପୁର ଆସିଥିଲେ। ଗୋସାଇଁନୂଆଗାଁ ନିକଟରେ ପରିବା କିଣୁଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରି ପଡ଼ିଯାଇଥିଲେ। ସେଠାକାର ପୁଲିସ ତାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଆଜି ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ଶବକୁ ତାଙ୍କ ନିଜ ଗାଁ ପାତ୍ରପୁର ବ୍ଲକ୍ ତଣ୍ଡିପୁର ପଞ୍ଚାୟତ ଡୁଙ୍ଗୁରୁଗୁଡ଼ା ଗ୍ରାମକୁ ଅଣାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତା ଶେଷ ଦର୍ଶନ କରିଥିଲେ। ଶୋକାକୁଳ ପରିବେଶରେ ଶବ ସତ୍କାର ହୋଇଥିଲା। ସ୍ବର୍ଗତ ଦାସ ଦିଗପହଣ୍ଡି ବ୍ଲକ୍‌ର ଏକ ବିଦ୍ୟାଳୟରେ କିଛିବର୍ଷ କ୍ରୀଡ଼ା ଶିକ୍ଷକ ଭାବେ କାମ କରି ରାଜନୀତିରେ ପ୍ରବେଶ କରିଥିଲେ। ପାତ୍ରପୁର ବ୍ଲକ୍ ସୁରଙ୍ଗୀ ଜିଲ୍ଲା ପରିଷଦ ଜୋନ୍‌ର ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଜଣେ ଭଲ ସଂଗଠକ ଓ ପରୋପକାରୀ ଭା‌ବେ ସଭିଙ୍କ ମହଲରେ ପରିଚିତ ଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ, ଯୁବନେତା ଶ୍ରୀରୂପ ଦେବ, ପାତ୍ରପୁର ବ୍ଲକ୍ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ, କଂଗ୍ରେସ ନେତା ରବୀନ୍ଦ୍ର କୁମାର ଦ୍ୟାନସାମନ୍ତରା,  ସୀମାନ୍ତ ସାମ୍ବାଦିକ ସଂଘ ଓ ଶିକ୍ଷକ ସଂଘ କର୍ମକର୍ତ୍ତା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe