ମମତାଙ୍କ ଭଳି ବନ୍ଦିତା ମଧ୍ୟ ଛାଡ଼ିଲେ ବିଜେଡି; ବିଜେପିରେ ଯୋଗ ଦେଇ ବିଧାୟକଙ୍କୁ କଲେ ଟାର୍ଗେଟ୍‌

Advertisment
ମମତାଙ୍କ ଭଳି ବନ୍ଦିତା ମଧ୍ୟ ଛାଡ଼ିଲେ ବିଜେଡି; ବିଜେପିରେ ଯୋଗ ଦେଇ ବିଧାୟକଙ୍କୁ କଲେ ଟାର୍ଗେଟ୍‌

ଭୁବନେଶ୍ବର: ଦୁଇ ସପ୍ତାହ ପୂର୍ବରୁ ରାଜ୍ୟସଭା ସାସଂଦ ପଦରୁ ଇସ୍ତଫା ଦେବା ସହିତ ମମତା ମହାନ୍ତ ବିଜେଡି ଛାଡ଼ିଥିଲେ। ସେ ବିଜେପିରେ ସାମିଲ ହୋଇଥିବା ବେଳେ ଆଜି ଭୁବନେଶ୍ୱର ୩୭ ନମ୍ବର ଓ୍ୱାର୍ଡର କର୍ପୋରେଟର ବନ୍ଦିତା ପାଲ ମଧ୍ୟ ବିଜେଡି ଛାଡ଼ିଛନ୍ତି। ମମତାଙ୍କ ଭଳି ବନ୍ଦିତା ମଧ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶୁକ୍ରବାର ବିଜେଡି ଛାଡିବା ପରେ ସେ ପଦ୍ମ ଶିବିରରେ ସାମିଲ ହେଇଛନ୍ତି। ତାଙ୍କ ସହ ତାଙ୍କ ସ୍ଵାମୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ଓ ଛାତ୍ର ବିଜେଡ଼ିର ଉପସଭାପତି ପ୍ରଭୁ ଦତ୍ତ ସାମଲ ମଧ୍ୟ ବିଜେପିରେ ସାମିଲ ହେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏହାସହ ରାୟଗଡାରୁ କିଛି ସରପଞ୍ଚ ଓ ସମିତିସଭ୍ୟ ତଥା ବିଜେଡିର କିଛି ନେତା ବିଜେପିରେ ଯୋଗ ଦେଇଛନ୍ତି।

ତେବେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଲା ପରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଛନ୍ତି ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ। ଲୋକଙ୍କ କାମ କରିବା ପାଇଁ ଅନନ୍ତ ତାଙ୍କୁ ସମର୍ଥନ କରୁନଥିଲେ। ବିଜେଡ଼ି ମଧ୍ୟ ଲୋକଙ୍କ କାମ କରିବା ପାଇଁ ସୁଯୋଗ ଦେଉନଥିଲା ବୋଲି ସେ କହିଛନ୍ତି। ଏହାସହ ତଳସ୍ତରର ଜନ ପ୍ରତିନିଧିଙ୍କ ପ୍ରତି ଉପରସ୍ତରର ଜନ ପ୍ରତିନିଧିଙ୍କ ସମର୍ଥନ ରହୁ ନଥିଲା। ଯେଉଁ ଦଳ ଲୋକାଭିମୁଖୀ କାର୍ଯ୍ୟରେ ବାଧା ଦେଉଛି, ସେ ଦଳ ଛାଡ଼ି ଦେବା ଉଚିତ ବୋଲି କହିଛନ୍ତି ବନ୍ଦିତା। ଖାଲି ସେତିକି ନୁହେଁ, ଯେଉଁମାନେ ଲୋକଙ୍କ କାମକୁ ବିରୋଧ କରୁଛନ୍ତି, ସେ ଦଳକୁ ପ୍ରତ୍ୟାଖିତ କରିଛି । ଲୋକ ସବୁ ଜାଣିଛନ୍ତି, ଲୋକଙ୍କ ହିଁ ବିଜେପି ସରକାରକୁ ବାଛିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe