ବିଜେଡି ନେତାଙ୍କ ସ୍ବାଭିମାନ ନାହିଁ କି ଆତ୍ମସମ୍ମାନ ନାହିଁ: ଜୟନାରାୟଣ

Advertisment

‘ବିଜେଡି ବିଧାୟକମାନେ ଘୁଷୁରି ଠାରୁ ବି ହୀନ’

‘ବିଜେଡି ବିଧାୟକମାନେ ଘୁଷୁରି ଠାରୁ ବି ହୀନ’

ସିବିଆଇ ଓ ଇଡି ଟିମ୍ ପଠାଇବାକୁ ଦାବି କରିବୁ: ଜୟନାରାୟଣ

ଭୁବନେଶ୍ବର: ବିଜେଡିର ବିଧାୟକମାନେ ଘୁଷୁରି ଠାରୁ ବି ହୀନ। ସେମାନଙ୍କର ଯଦି ସାମାନ୍ୟ ଆତ୍ମସମ୍ମାନ ବି ଅଛି ସେମାନେ ପାଣ୍ଡିଆନଙ୍କ ମିଟିଂ ଆୟୋଜନ କରନ୍ତେନି, ପାଣ୍ଡିଆନଙ୍କୁ ଫୁଲ ମାଳ ଦିଅନ୍ତେନି, ଗୋଡ଼ ଛୁଅନ୍ତେନି। ଯେଉଁମାନେ ମଣିଷ ହିସାବରେ ଗଣତିରେ ଯାଆନ୍ତେନି ସେମାନେ କ’ଣ କାହାକୁ ପ୍ରତିବାଦ କରିବେ। ବିଜେଡି ନେତାମାନେ ଜଣେ ସରକାରୀ କର୍ମଚାରୀ ପାଖରେ ନିଜ ମୁଣ୍ଡ ବିକ୍ରି କରିଦେଇଛନ୍ତି, ସବୁ ପ୍ରକାରର ସ୍ବାଭିମାନ ଓ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଗୋଟେ ଅଫିସର ପାଖରେ ସଂପୂର୍ଣ୍ଣ ଭାବରେ ଶରଣ ପଶିଯାଇଛନ୍ତି। ଏଥିରୁ ଜଣାପଡ଼ୁଛି ବିଜେଡିରେ ଥିବା ଲୋକଙ୍କର ରକ୍ତ ମାଂସ ନାହିଁ। ସେମାନଙ୍କର ସ୍ବାଭିମାନ କି ଆତ୍ମସମ୍ମାନ ନାହିଁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ସେଗୁଡ଼ିକ ଯୁକ୍ତିଯୁକ୍ତ। ଚନ୍ଦ୍ରାୟନ ପାଇଁ ଯେତିକି ଖର୍ଚ୍ଚ ହୋଇନି ପାଣ୍ଡିଆନଙ୍କ ଗସ୍ତରେ ତାହାଠାରୁ ଅଧିକ ଖର୍ଚ୍ଚ ହୋଇଛି ବୋଲି ସେ ଯେଉଁ ଉଲ୍ଲେଖ କରୁଛନ୍ତି ତାହା ଚିନ୍ତାର ବିଷୟ। ଏହାର ଜବାବ୍ ବିଜେଡି ନେତାମା‌ନେ ଦିଅନ୍ତୁ। ଏଇଟା ତ କେବଳ ସରକାରୀ ସ୍ତରରେ। ‌ଏହାବାଦ୍ ପରୋକ୍ଷ ଭାବରେ ଯେଉଁ ଟଙ୍କା ଲୋକଙ୍କୁ ଲାଞ୍ଚ ଆକାରରେ ଦେଉଛନ୍ତି ତା’ର ଅନୁସନ୍ଧାନ ହେବା କଥା। ପାଣ୍ଡିଆନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି।

୫-ଟି ସଚିବ କି ବିଜେଡି ନେତାଙ୍କୁ କିଛି କହିଲେ ସେମାନେ କହୁଛନ୍ତି ପାଗଳ, ବ୍ଲାକମେଲର। ଏଥର ମୋତେ ପାଗଳ କହିଲେ ମୁଁ ମାନହାନୀ ମକଦ୍ଦମା କରିବି। ଏହାସହ ମୁଁ ସେମାନଙ୍କ ନେତାଙ୍କୁ ଡ୍ରଗିଷ୍ଟ କହିବି। ‌ବିଜେଡି ନେତା ଦିଲ୍ଲୀରେ ଡ୍ରଗ୍ସ ଖାଇ ଟ୍ୟାକ୍ସିରେ ବୁଲିବାର ପ୍ରମାଣ ମୋ ପାଖରେ ଅଛି। ଆଗକୁ ତାହାକୁ ଦେଖାଇବି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe