ନୂଆପଡ଼ା ଉପନିର୍ବାଚନ: ନବୀନ ନିବାସରେ ଟିକେଟ୍‌ ଆଶାୟୀ

ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି।

Naveen Pattnaik

Naveen Pattnaik Photograph: (Sambad )

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଆଜି କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିବେ। ଏହାରି ମଧ୍ୟରେ ବିଜୁ ଜନତା ଦଳର ପ୍ରାର୍ଥି କିଏ ‌ହେବେ ସେନେଇ ଘୋଷଣା ହୋଇନାହିଁ। ବିଜେଡି ଟିକେଟ୍‌ ହାତେଇବା ପାଇଁ ଏକାଧିକ ବ୍ୟକ୍ତି ଆଶାୟୀ ଥିବା ବେଳେ ସେମାନେ ନବୀନ ନିବାସରେ ପହଞ୍ଚୁଛନ୍ତି। ସମ୍ଭବତଃ ଖୁବ୍‌ ଶୀଘ୍ର ବିଜେଡିର ପ୍ରାର୍ଥୀ କିଏ ହେବେ ଘୋଷଣା ହୋଇପାରେ। 

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ‌ଘୋଷଣା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ନିବାସରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛନ୍ତି। ଏଥି ପାଇଁ ଦଳର ବରିଷ୍ଠ ନେତାଙ୍କୁ ଡାକିଛନ୍ତି। ନବୀନଙ୍କ ଡାକରା କ୍ରମେ ମନୋଜ ମିଶ୍ର ଆସିଛନ୍ତି, ଯିଏକି ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ଲୋକାଲ ଆକ୍ସନ କମିଟି ସଦସ୍ୟ ଅଛନ୍ତି। ମନୋଜ ମଧ୍ୟ ଜଣେ ଆଶାୟୀ ପ୍ରାର୍ଥୀ ବୋଲି କୁହାଯାଉଛି। ସେ ପୂର୍ବରୁ କୋମନା ବ୍ଲକ ଅଧ୍ୟକ୍ଷ ଥିବା ସହ ପୂର୍ବତନ ନୂଆପଡ଼ା ବିଜେଡି ଜିଲ୍ଲା ସଭାପତି ଥିଲେ। 

ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ନିବାସରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛନ୍ତି। ଏଥି ପାଇଁ ଦଳର ବରିଷ୍ଠ ନେତାଙ୍କୁ ଡାକିଛନ୍ତି। ନବୀନଙ୍କ ଡାକରା କ୍ରମେ ମନୋଜ ମିଶ୍ର ଆସିଛନ୍ତି, ଯିଏକି ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ଲୋକାଲ ଆକ୍ସନ କମିଟି ସଦସ୍ୟ ଅଛନ୍ତି।

ବିଡେିରୁ ଟିକେଟ ପାଇବା ପାଇଁ ନିରଂଜନ ବିଶିଙ୍କ ସହ ନବୀନ ନିବାସ ପହଁଚିଲେ ଭାନୁ ପ୍ରତାପ ସିଂ ମାଝୀ। ସେ ଏବେ ନୂଆପଡ଼ାରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି। ସେହିପରି ଅଧ୍ୟକ୍ଷ ମହମଦ ଆଦାମ, ପ୍ରଣବ ପ୍ରକାଶ ଦାସ, ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ପହଞ୍ଚିଛନ୍ତି। 

ନୂଆପଡ଼ା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇବେ। ନୂଆପଡ଼ାରେ ନବୀନଙ୍କ ପ୍ରଚାର ନେଇ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଚେୟାରମ୍ୟାନ ମହମ୍ମଦ୍ ଆଦମ ସୂଚନା ଦେଇଛନ୍ତି।

Naveen Pattnaik | BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe