ପୌର ନିର୍ବାହୀ ଅଧିକାରୀଙ୍କୁ ବିଜେଡି ନେତାଙ୍କ ଦୁର୍ବ୍ୟବହାର ଅଭି‌ଯୋଗ: ୩ ମାମଲା

Advertisment
ପୌର ନିର୍ବାହୀ ଅଧିକାରୀଙ୍କୁ ବିଜେଡି ନେତାଙ୍କ ଦୁର୍ବ୍ୟବହାର ଅଭି‌ଯୋଗ: ୩ ମାମଲା

Odisha Police

ଭଦ୍ରକ: ଆଜି ଭଦ୍ରକ ପୌରପାଳିକାର କାଉନ୍‌ସିଲ ବୈଠକ ଥିଲା। ପୌରାଧ୍ୟକ୍ଷା ଗୁଲମୁକ୍କୀ ହବିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବସିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ବୈଠକ ଆରମ୍ଭ ବେଳେ ମଞ୍ଚ ଉପରେ ପୌର ଅଧ୍ୟକ୍ଷା, ପୌର ଉପାଧ୍ୟକ୍ଷା, ସାଂସଦ, ବିଧାୟକ ଓ କା‌ର୍ଯ୍ୟନିର୍ବାହୀ ଅଧିକାରୀ ବସିବା ପାଇଁ ଚେୟାର ରହିବା କଥା। ମାତ୍ର ପୌର ଉପାଧ୍ୟକ୍ଷା ଅଂଜୁବାଳା ଜେନାଙ୍କ ବସିବା ପାଇଁ ଚେୟାର ନ ଥିଲା। ଫଳରେ ସେ କିଛି ସମୟ ପାଇଁ ଠିଆ ହୋଇ ରହିଥିଲେ। ପରେ ଚେୟାର ପକାଯାଇଥିଲା ଏବଂ ସେ ବସିଥିଲେ।

ଯାହାକୁ ନେଇ ଉପାଧ୍ୟକ୍ଷା ଅଂଜୁବାଳାଙ୍କ ପୁଅ ତଥା‌ ବିଜେଡି ନେତା ପ୍ରବୀର ଜେନା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରକୁ ଯାଇ ପଚାରିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସନ୍ନ ରାଉତ ଏନେଇ ଭଦ୍ରକ ଟାଉନ୍‌ ଥାନାରେ ପ୍ରବୀରଙ୍କ ନାମରେ ଏତଲା ଦେଇଥିଲେ। ପୁଲିସ ପ୍ରବୀରଙ୍କ ନାମରେ ମାମଲା ରୁଜୁ କରିଛି। ସେହିପରି ପ୍ରବୀର ମଧ୍ୟ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସନ୍ନଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ଫଳରେ ଆଉ ଏକ ମାମଲା ରୁଜୁ ହୋଇଛି। ସେହିପରି ଉପାଧ୍ୟକ୍ଷା ଅଂଜୁବାଳା ମଧ୍ୟ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସନ୍ନଙ୍କ ନାମରେ ଏତଲା ଦେଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପରେ ଯାହାକିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe