ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ କରିପାରେ ବିଜେଡି

ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଅଗ୍ରଣୀ: ମୁଖ୍ୟମନ୍ତ୍ରୀ

The Sen Times

ଭୁବନେଶ୍ବର : କେନ୍ଦ୍ର ସରକାର ସଂସଦରେ ଆସନ୍ତାକାଲି ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ଆଗତ କରିବେ। ଉଭୟ ସଦନରେ ଏହି ବିଲ୍‌କୁ ଗୃହୀତ କରିବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରାଯାଇ ସହଯୋଗ ଲୋଡ଼ାଯାଇଛି। ଏହି ବିଲ୍‌କୁ ସମର୍ଥନ କରିବା ପାଇଁ ବିଜେପି ପକ୍ଷରୁ ବିଜେଡିକୁ ଅନୁରୋଧ କରାଯାଇଛି। ଯଦିଓ ବିଜେଡି ଏ ପର୍ଯ୍ୟନ୍ତ ନିଜର ଭୂମିକାକୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରି ନାହିଁ, ତେବେ ବିଲ୍‌ ସପକ୍ଷରେ ବିଜେଡି ଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଏଥି ପାଇଁ ଦଳ ପକ୍ଷରୁ ହ୍ବିପ୍ ଜାରି କରାଯିବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଦଳ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯିବ।

ଲୋକସଭାରେ ଏହି ବିଲକୁ ଅନୁମୋଦନ କରାଇବାରେ ମୋଦୀ ସରକାର ପାଇଁ କୌଣସି ସମସ୍ୟା ନାହିଁ। କାରଣ ଏଥିପାଇଁ ସରକାରଙ୍କ ପାଖରେ ସଂଖ୍ୟାର ଅଭାବ ନାହିଁ। କିନ୍ତୁ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନଥିବାରୁ ସରକାର ପାଇଁ ମୁଣ୍ଡବିଧାର କାରଣ ହୋଇଛି। ତେ‌ବେ ସମର୍ଥନ ଲାଗି ମୋଦୀ ସରକାର ନବୀନଙ୍କ ବିଜେଡି, ଆନ୍ନାଡିଏମକେ, ଟିଆରଏସ୍ ଭଳି ଦଳମାନଙ୍କ ଉପରେ ନିର୍ଭର କରୁଛନ୍ତି। ଏହି ଦଳର ନେତାମାନଙ୍କ ସହିତ ଆଲୋଚନା ଚାଲିଛି। ଏହି ଦଳମାନେ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe