ବିଜେପି ସାମ୍ବାଦିକ ସମ୍ମିଳନୀ ନେଇ ଆପତ୍ତି ଉଠାଇଲା ବିଜେଡି

Advertisment
ବିଜେପି ସାମ୍ବାଦିକ ସମ୍ମିଳନୀ ନେଇ ଆପତ୍ତି ଉଠାଇଲା ବିଜେଡି

ଭୁବ‌ନେଶ୍ବର : ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆଜି ମଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏହାକୁ ନେଇ ଆପତ୍ତି ଉଠାଇଛି ବିଜେଡି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଥିବା ବେଳେ ଏପରି ସାମ୍ବାଦିକ ସମ୍ମିଳନୀ ବେଆଇନ ବୋଲି ଅଭିଯୋଗ କରି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି ଦଳ।

ବିଜେଡି ପ୍ରତିନିଧି ଦଳ ସିଇଓଙ୍କୁ ଜଣା‌ଇଥିଲେ ଯେ ମତଦାନର ୪୮ ଘଣ୍ଟା ପୂର୍ବ ସମୟରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଉପରେ ପ୍ରଚାର କଟକଣା ରହିଛି। ଚଳିତ ବର୍ଷ ନିର୍ବାଚନ କମିସନ୍‌ ଏଥିରେ ଆଉ ଏକ କଟକଣା ଲଗାଇଛନ୍ତି। ଏହି ସମୟରେ(ସାଇଲେନ୍‌ସ୍‌ ପିରିୟଡ୍‌) ଷ୍ଟାର୍ ପ୍ରଚାରକ ଏବଂ ଅନ୍ୟ ନେତାମାନେ କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ନିର୍ବାଚନ ସଂକ୍ରାନ୍ତରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି। ଗତ ମାସ ୧୫ ତାରିଖରେ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ସବୁ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଏହାର ଆଦେଶନାମା ପଠାଯାଇଛି। କିନ୍ତୁ ବିଜେପି ଏହି ଆଦେଶକୁ ବେଖାତିର କରି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା। ନିର୍ବାଚନ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ କରିିଥିବାରୁ ବିଜେପି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ସେହିପରି ସାମ୍ବାଦିକ ସମ୍ମିଳନୀର ସିଧା ପ୍ରସାରଣ କରି ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିବାରୁ ଓଟିଭି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ସିଇଓଙ୍କ ନିକଟରେ ଦାବି କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ ମହାନ୍ତି, ସୁଲତା ଦେଓ ଓ ସୁଲୋଚନା ଦାସ ସିଇଓଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe