ଛାତ୍ରଛାତ୍ରୀଙ୍କ ପାଇଁ ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ବିଜେଡି ସୁପ୍ରିମୋ

ଆଜି ବଲାଙ୍ଗୀର ଆସିବେ ମୁଖ୍ୟମନ୍ତ୍ରୀ: ଅପରାହ୍ଣରେ ୪ଟାରେ ବରଗଡ଼ ଯିବେ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଛାତ୍ରଙ୍କ ପାଇଁ ବିଜେଡି ଇସ୍ତାହାର ଆଣିବ। ବିଜେଡି ତା’ର ଇସ୍ତାହାରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜେଡି କହିଛି ଯେ, ଦଳ ଷଷ୍ଠଥର ସରକାରକୁ ଆସିଲେ, ପ୍ରଥମ କ୍ୟାବିନେଟରେ ହିଁ ସବୁ ଘୋଷଣା ପୂରଣ ହେବା। ଇସ୍ତାହାରରେ କ’ଣ କ’ଣ ରହିବ, ସେ ନେଇ ସବୁ ଜିଲ୍ଲାରୁ ମତ ସଂଗ୍ରହ କରିବ ବିଜୁ ଛାତ୍ର ଜନତା ଦଳ। ଇସ୍ତାହାର ପାଇଁ ଜିଲ୍ଲା ଗସ୍ତ ସମୟରେ ଛାତ୍ରଛାତ୍ରୀଙ୍କ କ’ଣ ଆବଶ୍ୟକତା ରହିଛି, ସେସବୁର ମତାମତ ନିଆଯିବ। ପରାମର୍ଶ ପାଇଁ ଇ-ମେଲ ଓ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ନିଆଯିବ । ମତାମତ ସଂଗ୍ରହର ୭ ଦିନ ଭିତରେ ୫-ଟି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe