ବିଜେଡି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ: ଲୋକଙ୍କ ସେବା କରିବାକୁ ନେତାଙ୍କୁ ଦେଲେ ଆହ୍ଵାନ

Advertisment
ବିଜେଡି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ: ଲୋକଙ୍କ ସେବା କରିବାକୁ ନେତାଙ୍କୁ ଦେଲେ ଆହ୍ଵାନ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡି ଜନସଂପର୍କ ପଦଯାତ୍ରା ଗୁରୁବାର (ଅକ୍ଟୋବର ୩୧)ରେ ଶେଷ ହେବ। ଏହି ଅବସରରେ ବୁଧବାର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୪ ନମ୍ବର ୱାର୍ଡରେ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି ପଦଯାତ୍ରାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଙ୍କୁ ଲୋକଙ୍କ ସେବା କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଏହା ସହିତ ମହାତ୍ମା ଗାନ୍ଧୀ ଓ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ସେ କହିଛନ୍ତି।

ବିଜୁ ବାବୁ କିଭଳି ଗରିବମାନଙ୍କୁ ଭଲ ପାଉଥିଲେ ସେ କଥା କହିଛନ୍ତି ନବୀନ। ସତ୍ୟନଗର ତୋଷାଳୀ ପ୍ଲାଜା ପଡିଆରେ ଏହି ଜନସଂପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ପଦଯାତ୍ରାରେ ବିଜେଡି କର୍ମୀ, ନେତା, ବିଧାୟକ, ପୂର୍ବତନ କର୍ପୋରେଟରେ ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି। ପ୍ରତ୍ୟେକ ବ୍ଲକ, ପଂଚାୟତ ଓ ଓ୍ଵାର୍ଡସ୍ତରରେ ଜନ ସଂପର୍କ ପଦଯାତ୍ରା କରାଯାଇ ନବୀନଙ୍କ ବିକାଶ ମୂଳକ କାମ ଲୋକଙ୍କ ପାଖରେ ପହଚାଂଇବାକୁ ଏହି ପଦଯାତ୍ରାର ଲକ୍ଷ୍ୟ ରଖାଯାଇଛି। ସେହିପରି ସେପଟେମ୍ବର ୨ରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଗୁରୁବାର ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe