କର୍ମୀଙ୍କ ପରିଶ୍ରମପାଇଁ ବିଜେଡିର ବିଜୟ ହେଉଛି : ନବୀନ ପଟ୍ଟନାୟକ

Advertisment

ଭୁବନେଶ୍ୱରରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜାରି

ଭୁବନେଶ୍ୱରରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜାରି

କର୍ମୀଙ୍କ ପରିଶ୍ରମପାଇଁ ବିଜେଡିର ବିଜୟ ହେଉଛି : ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱରର ଇଡକଲ ଅଡିଟୋରିୟମରେ ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି। ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦଳର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ଶାଖାର ସଦସ୍ୟ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିବା ଜଣାଯାଇଛି। ଏଥିରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ‘କର୍ମୀଙ୍କ ପରିଶ୍ରମ ପାଇଁ ବିଜେଡିର ବିଜୟ ହେଉଛି । ଆମ ଏଜେଣ୍ଡାର ମୂଳ ଲକ୍ଷ୍ୟ ହେଉଛନ୍ତି ସାଧାରଣ ଲୋକ ।’

ଆସନ୍ତାକାଲିଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ ବୋଲି ଜଣାଯାଇଛି। ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଭ୍ୟ ସଂଗ୍ରହ ପାଇଁ ବିଜେଡିର ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇସାରିଥିବା ଜଣାଯାଇଛି ।ଏଥିଲାଗି ପ୍ରତି ୱାର୍ଡରେ ୪ ଜଣ ସକ୍ରିୟ ସଦସ୍ୟ ରହିବେ । ଠିକ ସେହିପରି ଏନ୍ଏସିରେ ୫ ଜଣ ସକ୍ରିୟ ସଦସ୍ୟ ରହିବ।

ଅପରପକ୍ଷରେ, ପ୍ରତି ମୁନସିପାଲିଟିରେ ୧୫ ଜଣ ସକ୍ରିୟ ସଦସ୍ୟ ରହିବେ, ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ, ପ୍ରତି ସକ୍ରିୟ ସଦସ୍ୟ ନିଜକୁ ମିଶାଇ ୨୫ ସଦସ୍ୟ ସଂଗ୍ରହ କରିବେ ବୋଲି ବିଜେଡି ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥର ୪୭ ଲକ୍ଷ ନୂଆ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରତି ସଦସ୍ୟଙ୍କ ନାଁ ଆଧାର ସହ ଲିଙ୍କ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe