ଧର୍ମେନ୍ଦ୍ର, ଅପରାଜିତା ଓ ଜଗନ୍ନାଥଙ୍କ ଲାଏ ଡିଟେକ୍ଟର ଟେଷ୍ଟ କରିବାକୁ ସିଇଓଙ୍କୁ ଫେରାଦ ହେଲା ବିଜେଡି

Advertisment
ଧର୍ମେନ୍ଦ୍ର, ଅପରାଜିତା ଓ ଜଗନ୍ନାଥଙ୍କ ଲାଏ ଡିଟେକ୍ଟର ଟେଷ୍ଟ କରିବାକୁ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର : ଭୁବନେଶ୍ବର-ମଧ୍ୟ ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରକୁ ବୋମା ଫିଙ୍ଗିବା ଘଟଣାରେ ବିଜେଡିକୁ ଆକ୍ଷେପ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଦଳ ଭୁବନେଶ୍ବର-ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଲାଏ ଡିଟେକ୍ଟର ଟେଷ୍ଟ ଓ ନାରକୋ ଆନାଲିସିସ କରିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ନିବେଦନ କରିଛି।

ମୁଖ୍ୟ ନିର୍ବାଚନ ଅଧୀକାରୀଙ୍କୁ ବିଜେଡି ଦେଇଥିବା ଦାବିପତ୍ରରେ ଦର୍ଶାଇଛି, ବିଜେଡିକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଖାଲି ଗାଡ଼ିରେ ବୋମା ବିସ୍ଫୋରଣ କରାଯାଇଛି। ନିର୍ବାଚନରେ ହାରିଯିବା ଭୟରେ ବିଜେପି ଏପରି କରିଛି। ଏପରି ଚକ୍ରାନ୍ତରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ ଓ ଜଗନ୍ନାଥ ପ୍ରଧାନ ସମ୍ପୃକ୍ତ ଅଛନ୍ତି। ନିଜେ ଏପରି କାଣ୍ଡ ଭିଆଇ ବିଜୁ ଜନତା ଦଳର କର୍ମୀଙ୍କୁ ବଦନାମ କରିବା ପାଇଁ ସୁଆଙ୍ଗ ରଚନା କରିଛନ୍ତି। ସେଥିପାଇଁ ଏସବୁ ନେତାଙ୍କ ମିଛ ଧରିବା ପାଇଁ ଲାଏ ଡିଟେକ୍ଟର ଟେଷ୍ଟର ଆବଶ୍ୟକତା ଥିବା ବିଜେଡି ଅଭିଯୋଗ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପ୍ରଦାନ କରିବାକୁ ଯାଇଥିବା ବିଜେଡି ପ୍ରତିନିଧି ଦଳରେ ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ ଓ ଲେନିନ୍ ମହାନ୍ତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe