ବିଜୁ ଜନତା ଦଳର ସାଂଗଠନିକ ବୈଠକ

ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀର ୨୦ଟି ବିଭିନ୍ନ ପଂଚାୟତରେ ରବିବାର ଏକକାଳୀନ ଦଳୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର କାଇପଦର, ବଙ୍ଗିଦା, ଓରବରସିଂହ, ଜଙ୍କିଆ, ଗୋଡ଼ିପଡ଼ା, ଧଉଳିମୁହଁ, ନିଜିଗଡ଼ ତାପଙ୍ଗ, ମଳିପଡ଼ା କଁପୁର, କୁହୁଡ଼ି, ରତନପୁର, ପାରିଓରଡ଼, ବଡ଼ପାରୀ, ଟାଙ୍ଗୀ, ବାଲିପାଟପୁର, ସାନ ରାଉତପଡ଼ା, ନୂଆଗଡ଼, ସରପାରି, ଅଚ୍ୟୁତପୁର, ଲେଣ୍ଡୋ ଆଦି ପଂଚାୟତରେ ଆଜି ପଂଚାୟତସ୍ତରୀୟ ସାଂଗଠନିକ ବୈଠକରେ ଦଳର ସ୍ଥାନୀୟ ଓ ପଂଚାୟତସ୍ତରୀୟ ନେତା ଓ ପଂଚାୟତପ୍ରତିନିଧିମାନେ ଯୋଗ ଦେଇଥିଲେ।

ଖୋର୍ଦ୍ଧାର ବିଭିନ୍ନ ପଂଚାୟତରେ ଅନୁଷ୍ଠିତ ଏହି ବୈଠକଗୁଡ଼ିକରେ ବିଜୁ ଜନତା ଦଳର ମହିଳା ସାମୁଖ୍ୟର ରାଜ୍ୟ ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ଯୋଗ ଦେଇଥିଲେ। ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ହେଉଥିବା ବିଭିନ୍ନ ଜନାଭିମୁଖି କାର୍ଯ୍ୟ ଓଯୋଜନା ସମ୍ପର୍କରେ କହିଥିଲେ। ଜନ୍ମ ଠାରୁ ମୃତ୍ୟୁ ଯାଏଁ ଲୋକଙ୍କ ସମସ୍ୟା ଓ ସୁଖଦୁଃଖରେ କିଭଳି ଦଳର ନେତା ଭାବେ ସେ ସମ୍ପୃକ୍ତ ରହିଛନ୍ତି ସେଭଳି ଦଳର ସ୍ଥାନୀୟ ପ୍ରତିନିଧି ଓନେତାମାନେ ନିଜର ସମ୍ପୃକ୍ତିକୁ ବଢ଼ାଇ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe