ମାଲକାନଗିରିରେ ବିଜେଡିର ସାଂଗଠନିକ ବୈଠକ: ଯୋଗ ଦେଲେ ରାଜ୍ୟ ସଂପାଦକ

ମାଲକାନଗିରିରେ ବିଜେଡିର ସାଂଗଠନିକ ବୈଠକ: ଯୋଗ ଦେଲେ ରାଜ୍ୟ ସଂପାଦକ

ମାଲକାନଗିରି: ବିଜେଡିର ସାଂଗଠାନିକ ବୈଠକ ମାଲକାନଗିରିସ୍ଥିତ କଲ୍ୟାଣ ମଣ଼୍ଡପ ଠାରେ ରବିବାର  ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କିପରି ଲୋକଙ୍କ ପାଖରେ କର୍ମୀ ପହଞ୍ଚିବେ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ସରକାରଙ୍କର ସମସ୍ତ ଯୋଜନା ଲୋକାଭିମୁଖୀ କରିବା ପାଇଁ କୁହାଯାଇଥିଲା। ଲୋକେ ଯେପରି ସରକାରଙ୍କର ସମସ୍ତ ଯୋଜନା ହାତେଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା। ସଂଗଠନକୁ ମଜବୁତ କରିବା ପାଇଁ ରାଜ୍ୟ ସାଂଗଠନିକ ସଂପାଦକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ନେତୃବୃନ୍ଦ ଯେପରି କର୍ମୀମାନଙ୍କୁ ନେଇ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ପହଞ୍ଚି ବିଜେଡିର ପ୍ରଚାର କରିବେ ସେନେଇ ବିଭିନ୍ନ ଉପାୟ କୁହାଯାଇଥିଲା।

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏକ ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇସାରିଲାଣି। ସାଧାରଣ ନିର୍ବାଚନରେ ଏକତରଫା ବିଜୟ ହେବା ପାଇଁ ବିଜେଡି ପୁଣି ନିଜର ଗଡକୁ ମଜବୁତ କରିବାକୁ ଲାଗିଲାଣି ବୋଲି ଚର୍ଚ୍ଚା ହେଉଛି। ଏହି ବୈଠକରେ ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବାକା, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବରିଷ୍ଠ ସଂପାଦକ ପ୍ରଦୀପ ମାଝି, କୋରାପୁଟ ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ଟାଙ୍ଗୁଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ମାଲକାନଗିରି ଜିଲ୍ଲାର ୧୫ଟି ଜିଲ୍ଲା ପରିଷଦ ଜୋନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମାନସ ମାଡକାମୀ, ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି, ସାଂଗଠାନିକ ସଂପାଦକ ନୃସିଂହ ଚରଣ ମହାନ୍ତି, ଗୋପାଳ ପଣ୍ଡା, ପ୍ରଭାକର ପ୍ରଧାନ, ମୁକୁନ୍ଦ ସୋଡି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe