ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଦଳ କହିଲା, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ

ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଦଳ କହିଲା, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ

ଭୁବନେଶ୍ବର: ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି। ଦଳ କହିଛି କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ। ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ। ସେହିପରି କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ ରହିଛି। ୨୦୧୦ରେ ବିଜେଡିର ସମ୍ବିଧାନ ସଂଶୋଧନ ହୋଇଥିଲା। ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୁପରେଖ ପ୍ରସ୍ତୁତ କରାଯିବ।

୧୮ ତାରିଖରେ ବିଜେଡିର ଯୁବ କାର୍ଯ୍ୟକାରିଣୀ ଓ ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ବୈଠକରେ ବିଶେଷ ଭାବେ ପୁଣି ଥରେ କେନ୍ଦ୍ର ଅବହେଳାକୁ ଗୁରୁତ୍ୱ ଦେଇଛି ଦଳ। ବିରୋଧୀ ଏହାକୁ ବିଜେଡିର ପାରମ୍ପରିକ ରଣ କୌଶଳ କହୁଥିବା ବେଳେ ରାଜ୍ୟର ବିକାଶ ଦିଗରେ କେନ୍ଦ୍ର ଅବହେଳାର ବାସ୍ତବ ଚିତ୍ର ଲୋକମାନଙ୍କ ଆଗରେ ରଖିବାକୁ ଚାହୁଁଛି ବିଜେଡି। ୫ ପାଳିର ଶାସନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସହଯୋଗ କରିଛି। ହେଲେ ରାଜ୍ୟର ସାଂସଦମାନେ ଯେଭଳି ଭାବେ କେନ୍ଦ୍ରରୁ ନିଜ ରାଜ୍ୟର ହକ୍ ଆଣିବା କଥା ସେଥିରେ ସେମାନେ ବିଫଳ ହୋଇଛନ୍ତି। ଯେମିତି କି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଳ ବିବାଦର ସ୍ଥ୍ରାୟୀ ସମାଧାନ। ଜିଏସଟିରୁ ରାଜ୍ୟ ଭାଗ ଭଳି କ୍ଷେତ୍ରରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କର ସଠିକ୍ ପାପ୍ୟ ପାଇ ପାରି ନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe