ଜଗନ୍ନାଥଙ୍କ ଜମି ବିକ୍ରି ନେଇ ଅସତ୍ୟ ଖବର ପ୍ରକାଶ ପାଉଛି, ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଜେଡି ବିଧାୟକ ପ୍ରତାପ ଦେବ

Advertisment
୨୦୨୫ ସୁଦ୍ଧା ବିଦ୍ୟୁତ ଭିତ୍ତିଭୂମି ସଜାଡ଼ି ହୋଇଯିବ: ଶକ୍ତିମନ୍ତ୍ରୀ

Odisha Insider

ଭୁବନେଶ୍ବର : ବିଗତ ୬ରୁ ୭ ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହେବା ନେଇ ଖବର ପ୍ରକାଶ ପାଉଛି। ଜମି ବିକ୍ରି ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କଲା ପରେ ବି ଅସତ୍ୟ ଖବର ବନ୍ଦ ହେଉନାହିଁ। ବିଜେପିର ବନ୍ଧୁମାନେ ଏହାକୁ ନେଇ ରାଜନୀତିକରଣ କରିଚାଲିଛନ୍ତି। ଏପରି ଅସତ୍ୟ ଖବର ପରିବେଷଣ ବନ୍ଦ କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ। ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶାସକ ଦଳ ସଦସ୍ୟ ପ୍ରତାବ ଦେବ ଗୃହରେ ଜୋର ଦାବି କରିଥିଲେ। ସେ କହିଥିଲେ, ଜଗନ୍ନାଥଙ୍କ ଜମି ସରକାରଙ୍କ ନୁହେଁ। ଏହାର ସତ୍ତ୍ବାଧିକାର ଶ୍ରୀମନ୍ଦିର ପରିଚାଳନା କମିଟି ହାତରେ ରହିଛି। ଆଜିକା ତାରିଖରେ ପୁରୀ ସହରରେ ଅଧାରୁ ଅଧିକ ଜମି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ରେକର୍ଡ଼ ରହିଛି। ଅସତ୍ୟ ଖବରକୁ ନେଇ ବିଜେପି ସଦସ୍ୟମାନେ ପ୍ରଶ୍ନ ପଚାରିଚାଲିଛନ୍ତି। ଶ୍ରୀ ଦେବ ଗୃହରେ ଏହା କହିବା ପରେ ବିଜେପିର ସଦସ୍ୟମାନେ ବିରୋଧ କରି ପାଟିତୁଣ୍ଡ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe