ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଉଚିତ: ବିଜେଡି

Advertisment

ଦଳ ଯାହାକୁ କହିବ, ତାକୁ ସମର୍ଥନ କରାଯିବ: କଂଗ୍ରେସ

ଦଳ ଯାହାକୁ କହିବ, ତାକୁ ସମର୍ଥନ କରାଯିବ: କଂଗ୍ରେସ

ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଉଚିତ: ବିଜେଡି

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଗଣତନ୍ତ୍ରର ଶ୍ରେଷ୍ଠ ବ୍ୟବସ୍ଥା ଭିତରେ ଏକ ଶ୍ରେଷ୍ଠ ସ୍ଥାନରେ ଓଡ଼ିଆ ସ୍ଥାନ ପାଇବେ। ଏହା ନିହାତି ଭାବେ ଆମ ପାଇଁ ଗର୍ବର ବିଷୟ। ଆମର ନେତା ନବୀନ ପଟ୍ଟନାୟକ ସବୁବେଳେ ଯେଉଁ ବିଷୟରେ ପ୍ରାଧାନ୍ୟ ଦିଅନ୍ତି ମହିଳା, ଆଦିବାସୀ ଆଉ ଏ ମାଟିର କଥା। ଏ ସବୁ କଥା ଦୌପ୍ରଦୀ ମୁର୍ମୁଙ୍କ ସହ ରହିଛି। ଆମେ ଗର୍ବିତ, ଆମ ନେତା ଟୁଇଟ କରି ଖୁସି ବ୍ୟକ୍ତ କରିଛନ୍ତି। ନୈତିକତା ମାଟି ମା କଥା ଉଠିଲେ ସମସ୍ତଙ୍କର ସହମତି ରହିବା ଉଚିତ। ଦଳମତ ନିର୍ବିଶେଷରେ ଆଗ ମାଟି ତା ପରେ ପାର୍ଟି ନେଇ ନି‌ଷ୍ପତ୍ତି ନେବା ଉଚିତ। ତେବେ କଂଗ୍ରେସ କଣ ନିଷ୍ପତ୍ତି ନେବ ତାହା ତାଙ୍କ ଦଳୀୟ ବ୍ୟାପାର।

ଏଣେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳ ଯାହାକୁ କହିବ, ସମର୍ଥନ କରିବି। ପାର୍ଟି ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି। ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ପାର୍ଟି ଆଗ।

publive-image Kalinga TV

ଠିକ୍ ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଜଣେ ଓଡ଼ିଆ ରାଷ୍ଟ୍ରପତି ହେଲେ ଖୁସି ହେବି। ଦ୍ରୌପଦୀ ଏଇ ଭୁବନେଶ୍ବରରେ ପଢ଼ିଛନ୍ତି। ତାଙ୍କୁ ସେହି ଦିନରୁ ଜାଣିଛି। କିନ୍ତୁ ଆଗେ ପାର୍ଟି ପରେ ମାଟି। ଏଣୁ ସୋନିଆ ଗାନ୍ଧୀ ଯାହା କହିବେ, ତାଙ୍କୁ ଭୋଟ୍ ଦେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe