ବୋହି ଯାଉଥିବା ମହାନଦୀ ପାଣିକୁ ଅଟକାଇ ରଖିବା ଉପରେ ଧ୍ୟାନ ଦିଆଯିବା ଉଚିତ : ସୌମ୍ୟରଂଜନ

Advertisment
ବୋହି ଯାଉଥିବା ମହାନଦୀ ପାଣିକୁ ଅଟକାଇ ରଖିବା ଉପରେ ଧ୍ୟାନ ଦିଆଯିବା ଉଚିତ : ସୌମ୍ୟରଂଜନ

ଭୁବନେଶ୍ବର: ଆଜି ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ହୋଇଥିବା ବେଳେ ମହାନଦୀ ଟ୍ରିବ୍ୟୁନାଲ ନେଇ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଅନେକ ପ୍ରାକୃତିକ ସମ୍ପଦ ରହିଛି। ଭୂମି ଉପରେ ଯେତିକି ଭୂମି ତଳେ ମଧ୍ୟ ସେତିକି। ତେବେ ଆମର ଜଳ ସମ୍ପଦ ଉପରେ ପଡ଼ୋଶୀ ରାଜ୍ୟମାନଙ୍କର ନଜର। ଯେଉଁଥି ପାଇଁ ରାଜ୍ୟରେ ଏବେ କେବଳ ମହାନଦୀ ନୁହେଁ, ଅନେକ ନଦୀ ଶୁଖିଲା ପଡ଼ିଛି। ହେଲେ ଆମେ ପଡ଼ୋଶୀ ସହ କଳି ନ କରି ଆମର ବୋହି ଯାଉଥିବା ପାଣିକୁ କିଭଳି ଅଟକାଇ ରଖି ଉପଯୋଗ କରିବା, ତାହା ଉପରେ ଧ୍ୟାନ ଦେବା ଉଚିତ।

ଉଲ୍ଲେଖଯୋଗ୍ୟ, ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ହୋଇଛି। ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ୨ଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନରେ ଯିବେ ବୋଲି ଜଣାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ ଗସ୍ତ କରିବେ ଟ୍ରିବ୍ୟୁନାଲ ଟିମ୍। ଆସନ୍ତା ଏପ୍ରିଲ ୧୭ରୁ ୨୧ ତାରିଖ ଯାଏ ଛତିଶଗଡ଼ ଗସ୍ତରେ ଯିବେ ଟିମ୍। ସେଠାକାର କାଲ୍ମା ବ୍ୟାରେଜକୁ ଯିବେ ଟିମ୍। ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ରୁ ୩ ମେ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବେ ଟ୍ରିବ୍ୟୁନାଲ ଟିମ। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍  ଏ.ଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲର ତିନିଜଣିଆ ବେଞ୍ଚ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe